ETV Bharat / state

ମାଳି ପର୍ବତରୁ ଖଣି ଖନନ ପାଇଁ ଜନଶୁଣାଣି, ନିଷ୍ପତ୍ତି ନେବେ କୋର୍ଟ

author img

By

Published : Jan 8, 2023, 11:54 AM IST

ସେମିଳିଗୁଡା ବ୍ଲକ ସ୍ଥିତ ମାଳି ପର୍ବତରୁ ଖଣି ଖନନ ପାଇଁ ଜନ ଶୁଣାଣି । ବାହାରି ପାରିଲାନି ନିଷ୍କର୍ସ । ଅଧିକ ପଢନ୍ତୁ

Public hearing on environmental clearance

ମାଳି ପର୍ବତରୁ ଖଣି ଖନନ ପାଇଁ ଜନଶୁଣାଣୀ

କୋରାପୁଟ: ମାଳି ପର୍ବତରୁ ଖଣି ଖନନ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସେମିଳିଗୁଡା ବ୍ଲକର କଙ୍କଡାଆମ୍ବ ଠାରେ ଜନ ଶୁଣାଣି ଆୟୋଜିତ ହୋଇୟାଇଥିବା ବେଳେ ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର, ଦିସାର ସଚିବ ସୁମନ ଜେନା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ଏସପି ତଥା ରାଜ୍ୟ ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖଣି ଖନନ ନେଇ ସପକ୍ଷ ଓ ବିପକ୍ଷ ବାଦି ନିର୍ଭୟରେ ନିଜର ମତ ରଖିଥିଲେ ସମସ୍ତେ ।

ଗତ ଥର ହୋଇଥିବା ଜନ ଶୁଣାଣିକୁ ବିରୋଧ କରି ଖଣି ବିପକ୍ଷବାଦୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଗତକାଲି ପୁଣିଥରେ ଜନ ଶୁଣାଣି ହୋଇଯାଇଥିଲା । ଜନ ଶୁଣାଣିକୁ ଶାନ୍ତି ଶୃଙ୍ଖଳାର କିପରି ଶେଷ ହେବ ସନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହି ଜନ ଶୁଣାଣିରେ ସେମିଳିଗୁଡା ତହସିଲର ଆଲିଗାଁ, କଙ୍କଡା ଆମ୍ବ , ସୋରିଷ ପଦର ଗ୍ରାମରେ ୨୬୮.୧୧ ହେକ୍ଟର ପରିମିତ ଜମିରେ ଗଚ୍ଛିତ ଥିବା ବକସାଇଟ ଖଣିରୁ ବାର୍ଷିକ ୦.୬ ନିୟୁତ ଟନ ବକସାଇଟ ଉତ୍ତୋଳନ ଜରିବା ଆଲୋଚନା ହୋଇଛି । ଖଣି ଖନନ ହେଲେ ଅଞ୍ଚଳର କଣ ସବୁ ବିକାଶ ହେବ ଓ ଲୋକଙ୍କ ଉପକାର କିପରି ହୋଇପାରିବ ସେ ସମ୍ପର୍କରେ ମତ ରଖିଥିଲେ ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧିକାରୀ । ଏହି ସମୟରେ ମାଳି ପର୍ବତ ସୁରକ୍ଷା ସମିତିର ସମର୍ଥକ ମାନେ ଖଣିରୁ ବକସାଇଟ ଉତ୍ତୋଳନକୁ ବିରୋଧ କରି ପ୍ରତିବାଦ କରୁଥିବା ଦୃଶ୍ୟ ସଭା ସ୍ଥଳରେ ଦେଖିବାକୁ ମିଳିଥିଲା ।

ତେବେ ଲୋକଙ୍କ ଅଭିଯୋଗର ହୋଇଥିବା ଭିଡିଓ ରେକଡିଂ ଓ ଦାବି ପତ୍ର ଗୁଡିକୁ ହାଇକୋର୍ଟରେ ଦାଖଲ କରାଯିବ ବୋଲି ଜିଲ୍ଲାପାଳ ଅବଦଲ ଅଖତର ସୂଚନା ଦେଇଥିଲେ । ବର୍ତ୍ତମାନ ଲୋକେ ଦେଇଥିବା ମତାମତ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ବୟାନକୁ ତର୍ଜମା କରି ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହା ଏହି ଜଣ ଶୁଣାଣିର ନିଷ୍କର୍ସ ଭାବେ ଗ୍ରହଣ କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧିକାରୀ ଦିପେଶ ବିଶ୍ଵାଳ କହିଥିଲେ।

ଏନେଇ ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧିକାରୀ କହିଛନ୍ତି ଯେ, ''ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ୧୧ଟା ୩୦ ମିନିଟରେ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ପାଖାପାଖି ୮୦ ଜଣ ଲୋକ ନିଜର ବକ୍ତବ୍ୟ ଦେଇଥିଲେ । ସମସ୍ତ ସମସ୍ୟା ଗୁଡିକୁ ସଭାରେ ଉପସ୍ଥାପନା କରାଯାଇଥିଲା । ବର୍ତ୍ତମାନ ଲୋକେ ଦେଇଥିବା ମତାମତ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ବୟାନକୁ ତର୍ଜମା କରି ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହା ଏହି ଜଣ ଶୁଣାଣିର ନିଷ୍କର୍ସ ଭାବେ ଗ୍ରହଣ କରାଯିବ ।''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.