ETV Bharat / state

ଦେଢମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସ - koraput news

ଦୀର୍ଘ ଦେଢମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ କରାଗଲା ଛାତ୍ରଛାତ୍ରୀଙ୍କୁ । ଅଧିକ ପଢନ୍ତୁ...

primary-school-student-get-egg-in-mid-day-meal-after-one-and-half-months-in-koraput
ଢେଡମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି
author img

By

Published : Feb 5, 2020, 10:15 PM IST

କୋରାପୁଟ: ଦେଢ ମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି । ଜୟପୁରସ୍ଥିତ କେନ୍ଦ୍ରୀୟ ରୋଷେଇ ଘରୁ କୋରାପୁଟ ଜିଲ୍ଲାର ସହରାଞ୍ଚଳ ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥାଏ । ଗତ ଦେଢ଼ ମାସ ଧରି ଅଣ୍ଡା ଦିଆଯାଉନଥିଲା କିନ୍ତୁ ଆଜି (ବୁଧବାର) ପିଲାଙ୍କୁ ପୁଣିଥରେ ଅଣ୍ଡା ଦିଆଯିବା ଯୋଗୁଁ ପିଲାଙ୍କ ମନରେ ଖୁସି ଭରିଯାଇଛି ।

ଢେଡମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି

ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନରେ ସପ୍ତାହର ଦୁଇଦିନ ଅଣ୍ଡା ଦିଆଯାଉଛି । ତେବେ ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ କୌଣସି କାରଣରୁ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ ହୋଇଯିବା ଫଳରେ ପିଲାଙ୍କ ମନରେ ଦୁଃଖ ଭରିଯାଇଥିଲା । ପୂର୍ବ ବର୍ଷ ଗୁଡିକରେ ଅଣ୍ଡା ଦିଆନଯିବା ଦିନ ପିଲାଙ୍କୁ କଦଳୀ କିମ୍ବା ବିସ୍କୁଟ ପ୍ରଦାନ କରାଯାଉଥିଲା । କିନ୍ତୁ ଏଥର ଅଣ୍ଡା ବଦଳରେ ପିଲାଙ୍କୁ କିଛି ନମିଳିବା ଯୋଗୁଁ ଏହି ଦେଢମାସର ଅଣ୍ଡା ପଇସା କିଏ ଖାଇଗଲା ବୋଲି ପ୍ରଶ୍ନ ଉଠିଛି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:ଜୟପୁରସ୍ଥିତ କେନ୍ଦ୍ରୀୟ ରୋଷେଇ ଘରୁ କୋରାପୁଟ ଜିଲ୍ଲାର ସହରାଞ୍ଚଳ ସରକାରୀ ବିଦ୍ୟାଳୟକୁ ଯୋଗାଇଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ଗତ ଦେଢ଼ ମାସ ଧରି ଅଣ୍ଡା ଗାଏବ ହେବା ପରେ ଆଜି ପୁଣିଥରେ ଫେରିଆସିବା ଦେଖି ପିଲାଙ୍କ ମନ ଖୁସିରେ ଭରିଯାଇଛି ।Body:ମଧ୍ୟାହ୍ନ ଭୋଜନରେ ସପ୍ତାହର ଦୁଇଦିନ ଅଣ୍ଡା ଦିଆଯାଉଥିବା ବେଳେ ସେହି ଦିନ ପାଈଁ ପିଲାମାନେ ଚାତକ ପକ୍ଷୀ ଭଳି ଅପେକ୍ଷା କରିଥାନ୍ତି । ତେବେ ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ କୌଣସି କାରଣରୁ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ ହୋଇଯିବା ଫଳରେ ପିଲାଙ୍କ ମନରେ ଦୁଃଖ ଭରିଯାଇଥିଲା । ପୂର୍ବ ବର୍ଷ ଗୁଡିକରେ ଅଣ୍ଡା ଦିଆନଯିବା ଦିନ ପିଲାଙ୍କୁ କଦଳୀ କିମ୍ବା ବିସ୍କୁଟ ଦିଆଯାଉଥିଲା । କିନ୍ତୁ ଏଥର ଅଣ୍ଡା ବଦଳରେ ପିଲାଙ୍କୁ କିଛି ନମିଳିବା ଯୋଗୁଁ ଏହି ଦେଢମାସର ଅଣ୍ଡା ପଇସା କିଏ ଖାଇଗଲା ବୋଲି ପ୍ରଶ୍ନ ଉଠିଛି । ପିଲାଙ୍କ ପ୍ରତି ଅନ୍ୟାୟ ହୋଇଥିବା କଥାକୁ ସ୍ୱୀକାର କରିଥିଲେହଁ ଅଭିଭାବକ , ଶିକ୍ଷକ,ଶିକ୍ଷୟତ୍ରୀ ଓ ଏପରିକି ମଧ୍ୟାହ୍ନ ଭୋଜନ ବାଢି ଦେଉଥିବା ସ୍ୱୟଂ ସହାୟକ ଦଳର ମହିଳା ମାନେ ସରକାରଙ୍କ କୋପଦ୍ରୁଷ୍ଟିର ଶିକାର ହେବା ଭୟରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଗାଏବ ହୋଇଥିବା କଥାକୁ ନେଇ ଆନ୍ଦୋଳିତ ହେଉଥିବା ସମସ୍ତ ଅଭିଯୋଗକୁ ହୃଦୟରେ ଚାପି ରଖି କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ସେ ଯାହା ହେଉନା କାହିଁକି ଆଜି ପିଲାମାନେ ଥାଳିରେ ଶିଝା ଅଣ୍ଡାକୁ ପାଇ ଖୁସି ଜାହିର କରିଛନ୍ତି । Conclusion:ବାଇଟ : ସ୍କୁଲ ପିଲା , କୋରାପୁଟ
ପିଟୁସି : ଶାନ୍ତାକାର
.......
ଶାନ୍ତାକାର
କୋରାପୁଟ
..........

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.