ETV Bharat / state

କୋରୋନା ପରୀକ୍ଷା ପାଇଁ ଗର୍ଭବତୀ ମହିଳା ହେଲେ ବାର ଦୁଆର - କୋରୋପୁଟ ଖବର

ଗର୍ଭବତୀ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ କରିବା ଆଗରୁ କୋରାପୁଟରେ ଡାକ୍ତର ମାଗୁଛନ୍ତି କୋରୋନା ପରୀକ୍ଷାର କାଗଜ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲାର କିଛି ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ କୋରୋନା ପରୀକ୍ଷା କରିବା ପାଇଁ ପହଞ୍ଚିଥିଲେ । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ସେମାନଙ୍କ ଦୟନୀୟ ଯାତ୍ରା । ଅଧିକ ପଢନ୍ତୁ...

କୋରୋନା ପରୀକ୍ଷା ପାଇଁ ଗର୍ଭବତୀ ମହିଳା ହେଲେ ବାର ଦୁଆର

author img

By

Published : Aug 7, 2020, 11:00 PM IST

କୋରାପୁଟ: ଗର୍ଭବତୀ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ କରିବା ଆଗରୁ କୋରାପୁଟରେ ଡାକ୍ତର ମାଗୁଛନ୍ତି କୋରୋନା ପରୀକ୍ଷାର କାଗଜ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲାର କିଛି ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ କୋରୋନା ପରୀକ୍ଷା କରିବା ପାଇଁ ପହଞ୍ଚିଥିଲେ । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ସେମାନଙ୍କ ଦୟନୀୟ ଯାତ୍ରା । ହସ୍ପିଟାଲ କର୍ତ୍ତୃପକ୍ଷ ସେଠାରୁ ତାଙ୍କୁ 2 କିଲୋମିଟର ଦୂରରେ ଥିବା କୋଭିଡ କେୟାର ସେଣ୍ଟରକୁ କୋରୋନା ପରୀକ୍ଷା କରାଇବା ପାଇଁ ପଠାଇ ଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । କିନ୍ତୁ ସେଠାରେ ଘଟିନଥିଲା ସେମାନଙ୍କ ସମସ୍ୟାର ଅନ୍ତ ।

ଏହା ପରେ ସେମାନଙ୍କୁ ମେଡିକାଲ କଲେଜ ଓ ପରେ ପୁଣି ଥରେ ହସ୍ପିଟାଲକୁ ପଠାଇ ଦିଆଗଲା । ପରିଶେଷରେ ହସ୍ପିଟାଲ କର୍ତୃପକ୍ଷ ସେମାନଙ୍କ ପାଖରେ ଏ ସଂକ୍ରାନ୍ତରେ ପ୍ରଶାସନ ତରଫରୁ କୌଣସି ନିର୍ଦ୍ଦେଶ ନଥିବା କହି କୋରୋନା ପରୀକ୍ଷା କରିବାରୁ ସଫା ସଫା ମନା କରି ଦେଇଥିବା ଅଭିଯୋଗ ହୋଇଛି । ତେବେ 5 ଘଣ୍ଟା ଏପରି ବୁଲିବା ପରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ବାଢ଼ିଥିଲେ । ସହରର ଗର୍ଭବତୀ ମହିଳା ଏପରି ଅବହେଳାର ଶିକାର ହେଉଥିବା ବେଳେ ଗାଁ ଗଣ୍ଡାରୁ ଆସୁଥିବା ଗର୍ଭବତୀ ମହିଳା କିପରି ଦୁରାବସ୍ଥା ଭୋଗ କରୁଥିବେ ତାହା ସହଜରେ ଅନୁମେୟ ବୋଲି ମହିଳାମାନେ ମତବ୍ୟକ୍ତ କରିଛନ୍ତି ।

କୋରୋନା ପରୀକ୍ଷା ପାଇଁ ଗର୍ଭବତୀ ମହିଳା ହେଲେ ବାର ଦୁଆର

ସେପଟେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଏ ଦିଗରେ ମହିଳାଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲା ଆପାତକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.