ETV Bharat / state

ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ

author img

By

Published : Dec 14, 2019, 11:23 AM IST

କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ପୋଲ ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ପୋଲ ଉପରେ ଯିବାଆସିବା କରିଥାଆନ୍ତି । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ
ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ

କୋରାପୁଟ: ଜୀବନକୁ ପାଣି ଛଡାଇ ପୋଲ ଉପରେ ଯିବାଆସିବା କରୁଛନ୍ତି ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ । ଏଦୃଶ୍ୟ ହେଉଛି କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ପୋଲର । ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ପୋଲ ଉପରେ ଯିବାଆସିବା କରିଥାଆନ୍ତି ।

ବଡସୁକୁ, ଉମ୍ବେଲ, ବନମାଳିପୁଟ, କୁମାରଗନ୍ଧଣା ଓ ଟିକରପଡା ପଞ୍ଚାୟତର ଶହ ଶହ ପରିବାର ପାଇଁ ଏହି ପୋଲ ଜୀବନଯାତ୍ରାର ଏକ ମାଧ୍ୟମ । ଜିଲ୍ଲା ସଦର ମହକୁମା କୋରାପୁଟକୁ ଯେକୌଣସି କାର୍ଯ୍ୟରେ ଆସିବାକୁ ହେଲେ ଏହି ବାଟ ଛାଡି ଦେଲେ ସେମାନଙ୍କୁ 50ରୁ60 କିଲୋମିଟର ବୁଲାଣି ରାସ୍ତାରେ ନନ୍ଦପୁର ବାଟ ଦେଇ ଆସିବାକୁ ହୋଇଥାଏ ।

ତେଣୁ ଜୀବନକୁ ବାଜି ଲଗାଇ କିଏ ପାଦରେ ଚାଲି ତ ପୁଣି କିଏ ମଟରସାଇକଲ ଯୋଗେ ଏହି ପୋଲ ଉପର ଦେଇ ଚଳପ୍ରଚଳ କରିବା ପାଇଁ ବାଧ୍ୟ ହେଉଥିବା ଉମ୍ବେଲ ପଞ୍ଚାୟତରୁ ନିତିଦିନ କୋରାପୁଟ ଆସୁଥିବା ଗଙ୍ଗାଧର ମୁଦୁଲି ଜଣାଇଛନ୍ତି । ଏପରିକି ଅନେକ ସମୟରେ ମଟରସାଇକଲ ପୋଲ ଉପରୁ ପାଣି ମଧ୍ୟକୁ ଖସିଯାଇଛି । ତେବେ ବର୍ଷ ବର୍ଷ ଧରି ରେଳ ପୋଲ କଡେକଡେ ଗାଡି ମଟର ଯାଇପାରୁଥିବା ଏକ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଆସିଛି ।

ଅନେକବାର ରେଳରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ନିଆଯିବା ପରେ ଏକ ବ୍ରିଜ ନିର୍ମାଣ କରିବା ନେଇ ଗତ ନିର୍ବାଚନ ପୂର୍ବବର୍ତ୍ତୀ ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ସେ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନିମାଇଁ ସରକାର କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ରେଳରୋକ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସରକାର ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ରୁ ବିଶାଖାପାଟଣା ଆଡକୁ ଯାଉଥିବା ରେଳ ପୋଇ ରେ ଯେତେବେଳେ କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ଉପର ଦେଇ ରେଳଗାଡି ଆଗକୁ ଗଡିଚାଲେ ପୋଲରେ ଚାଲୁଥିବା ପାଂଚଟି ପଂଚାୟତର ଗ୍ରାମବାସୀ ପ୍ରାଣକୁ ହାତରେ ରଖି ଯିବାକୁ ବାଧ୍ୟ ହୁଅନ୍ତି ।Body:ବଡସୁକୁ , ଉମ୍ବେଲ , ବନମାଳିପୁଟ , କୁମାରଗନ୍ଧଣା ଓ ଟିକରପଡା ପଂଚାୟତର ଶହ ଶହ ପରିବାର ପାଇଁ ଏହି ପୋଲ ଜୀବନଯାତ୍ରାର ଏକ ଅଭିନ୍ନ ଅଙ୍ଗ । ଜିଲ୍ଲା ସଦର ମହକୁମା କୋରାପୁଟକୁ ଯେକୌଣସି କାର୍ଯ୍ୟରେ ଆସିବାକୁ ହେଲେ ଏହି ବାଟ ଛାଡିଦେଲେ ସେମାନଙ୍କୁ 50-60 କିଲୋମିଟର ବୁଲାଣି ରାସ୍ତା ରେ ନନ୍ଦପୁର ବାଟ ଦେଇ ଆସିବାକୁ ହୋଇଥାଏ । ତେଣୁ ପ୍ରାଣବିକଳରେ ଭଗବାନଙ୍କୁ ଡାକି ଡାକି ପ୍ରତିଦିନ ଚାଲି ଚାଲି ହେଉ ବା ମଟରସାଇକଲ ଯୋଗେ ହେଉ ଏହି ପୋଲ ଉପର ଦେଇ ଚଳପ୍ରଚଳ କରିବା ପାଇଁ ବାଧ୍ୟ ହେଉଥିବା ଉମ୍ବେଲ ପଞ୍ଚାୟତରୁ ନୀତିଦିନ କୋରାପୁଟ ଆସୁଥିବା ଗଙ୍ଗାଧର ମୁଦୁଲି ଜଣାଇଛନ୍ତି ।ଏପରିକି ଅନେକ ସମୟରେ ମଟର ସାଇକଲ ପୋଲ ଉପରୁ ପାଣି ମଧ୍ୟକୁ ଖସିଯାଇଛି । ତେବେ ବର୍ଷ ବର୍ଷ ଧରି ରେଳ ପୋଲ କଡେ କଡେ ଗାଡି ମଟର ଯାଇପାରୁଥିବା ଏକ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଆସିଛି । ଅନେକବାର ରେଳରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ନିଆଯିବା ପରେ ଏକ ବ୍ରିଜ ନିର୍ମାଣ କରିବା ନେଇ ଗତ ନିର୍ବାଚନ ପୂର୍ବବର୍ତ୍ତୀ ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ସେ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସ ର ବରିଷ୍ଠ ନେତା ନିମାଇ ସରକାର କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ରେଳରୋକ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ସରକାର ଜଣାଇଛନ୍ତି ।Conclusion:ବାଇଟ : ଗଙ୍ଗାଧର ମୁଦୁଲି , ଗ୍ରାମବାସୀ
ବାଇଟ : ନିମାଇ ସରକାର , କଂଗ୍ରେସ ନେତା
ପିଟୁସି : ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.