ETV Bharat / state

ଶାବର ଶ୍ରୀକ୍ଷେତ୍ରର ନିଜସ୍ବ ପରିବା ବଗିଚା, ଉତ୍ପାଦିତ ଜୈବିକ ପରିବାରୁ ପ୍ରସ୍ତୁତ ହେଉଛି ପ୍ରସାଦ - କୋରାପୁଟ ଖବର

Panchabati Garden: କୋରାପୁଟରେ ଅବସ୍ଥିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପାଖାପାଖି 50 ଏକର ଜମିରେ କରାଯାଉଛି ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଚାଷ । ଏହି ପଞ୍ଚବଟୀ ବଗିଚାରେ ରାସାୟନିକ ସାର ବଦଳରେ ଖତର ବ୍ୟବହାର କରାଯାଉଛି । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ର ପ୍ରସ୍ତୁତ କଲା ନିଜସ୍ୱ ପରିବା ବଗିଚା

author img

By ETV Bharat Odisha Team

Published : Dec 31, 2023, 12:18 PM IST

ଶାବର ଶ୍ରୀକ୍ଷେତ୍ର ପ୍ରସ୍ତୁତ କଲା ନିଜସ୍ୱ ପରିବା ବଗିଚା

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟର ପାହାଡ଼ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିରର ନିଜସ୍ବ ବଗିଚାରେ ଉତ୍ପାଦିତ ପନିପରିବାରେ ହେଉଛି ପ୍ରସାଦ ପ୍ରସ୍ତୁତ । ମନ୍ଦିର ପ୍ରଶାସନ ଅଧିନରେ ଥିବା ପାଖାପାଖି 50 ଏକର ଜମିରେ କରାଯାଉଛି ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ । ଏହି ବଗିଚାକୁ ପଞ୍ଚବଟୀ ଉଦ୍ୟାନର ନାମକରଣ କରାଯାଇଥିବା ବେଳେ ବିନା ରାସାୟନିକ ସାର ବ୍ୟବହାରରେ ଓ କମ୍ ଖର୍ଚ୍ଚରେ ଏଠାରେ କ୍ବିଣ୍ଟାଲ କ୍ବିଣ୍ଟାଲ ପନିପରିବା ଉତ୍ପାଦନ କରାଯାଉଛି । ଏହି ପନିପରିବା ମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବା ସହ ବ୍ୟବସାୟ ମଧ୍ୟ କରାଯାଉଛି ।

ଜିଲ୍ଲାର ଜଗନ୍ନାଥ ମନ୍ଦିରର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ନିକଟସ୍ଥ ଛୋଟାଗୁଡାର ପାହାଡ଼ି ନଦୀକୂଳରେ ଅନାବଶ୍ୟକୀୟ ଭାବେ ପଡିରହିଥିବା 50 ଏକରରୁ ଊର୍ଦ୍ଧ୍ବ ଚାଷ ଜମିକୁ ବ୍ୟବହାର କରି ଏହି ପଞ୍ଚବଟୀ ଉଦ୍ୟାନ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମନ୍ଦିରର ନିତିଦିନ ପ୍ରସାଦରେ ବ୍ୟବହାର କରାଯାଉଥିବା ଶାଗ, କଦଳୀ, କଞ୍ଚା ଲଙ୍କା, କନ୍ଦମୂଳ, ଟମାଟୋ, ଗାଜର, ମଟର ପ୍ରଭୃତି ପନିପରିବା ସହିତ ବ୍ୟବସାୟିକ ଭାବେ ମକା ଓ କଫି ଭଳି ଅର୍ଥକାରୀ ଫସଲ ମଧ୍ୟ ଏହି ଉଦ୍ୟାନରେ ଚାଷ କରାଯାଉଛି । ଏହି ବଗିଚାରୁ ପ୍ରସ୍ତୁତ ପନିପରିବାକୁ ପ୍ରସାଦ ପାଇଁ ବ୍ୟବହାର କରାଯାଉଛି ।

ଏହାମଧ୍ୟ ପଢନ୍ତୁ...କୋରାପୁଟ କଫି ବୋର୍ଡ଼ ପରିଦର୍ଶନ କଲେ ରାଜ୍ୟପାଳ

ମନ୍ଦିରରେ ଭକ୍ତମାନଙ୍କୁ ସୁଲଭ ମୂଲ୍ୟରେ ଓ ବିନା ରାସାୟନିକ ସାମଗ୍ରୀ ବ୍ୟବହାରରେ ପ୍ରସ୍ତୁତ ପନିପରିବାରେ ପ୍ରସ୍ତୁତ ପ୍ରସାଦ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ସ୍ବେଚ୍ଛାସେବୀ ପ୍ରକାଶ କରଙ୍କ କହିବାନୁଯାୟୀ, "ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଞ୍ଚବଟୀ ବଗିଚାରୁ ମନ୍ଦିରରେ ବ୍ୟବହୃତ କନ୍ଦମୂଳ, ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବା ପଠାଯାଉଥିବା ବେଳେ ଆସନ୍ତା ଦିନରେ ଆହୁରି ଅଧିକ ପରିମାଣର ପରିବା ଉତ୍ପାଦନ ହୋଇ ମନ୍ଦିରକୁ ପଠାଯିବ । ସରକାରଙ୍କ ସହଯୋଗରେ ପ୍ରଥମେ ଜଳ ଯୋଗାଣର ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଏକ ଗ୍ରୀନ ହାଉସ ନିର୍ମାଣ କରାଯାଉଛି ।"

ଏହାମଧ୍ୟ ପଢନ୍ତୁ..ଭକ୍ତି ଓ ପରାକ୍ରମର ଅକୁହା କଥା କହେ ସଲପା, ବୀରଶିଳା ବଖାଣୁଛି ଐତିହ୍ୟ

ଅନ୍ୟପଟେ ମନ୍ଦିରର କୋଷାଧ୍ୟକ୍ଷ ଭୀମସେନ ଜେନା କହିଛନ୍ତି, " ଗାଜର, କଦଳୀ ସହ ମକା ଓ ଆମ୍ବ, ପଣସ ଭଳି ବିଭିନ୍ନ ପ୍ରକାର ଫଳ ମଧ୍ୟ ପଞ୍ଚବଟୀ ଉଦ୍ୟାନରେ ଚାଷ କରାଯାଉଛି । ମନ୍ଦିର ପାଇଁ ଆୟର ଏକ ବିଶେଷ ଭାଗ ମନ୍ଦିରର ରୋଷେଇଶାଳାରୁ ମିଳିଥାଏ । ଏହି ବଗିଚା ଦ୍ବାରା କମ ଖର୍ଚ୍ଚରେ ଉନ୍ନତମାନର ପ୍ରସାଦ ପ୍ରସ୍ତୁତ କରାଯାଇପାରୁଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.