ETV Bharat / state

ହସ୍ପିଟାଲ ଆଟେଣ୍ଡାଣ୍ଟ ଅନ୍ୟତ୍ର ବଦଳିକୁ ବିରୋଧ

ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ 12 ଜଣ ଆଟେଣ୍ଡାଣ୍ଟଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କର୍ମଚାରୀ ସଂଘ ପ୍ରତିବାଦ ଜଣାଇଛି । ଅଧିକ ପଢନ୍ତୁ...

author img

By

Published : May 28, 2021, 8:09 PM IST

ହସ୍ପିଟାଲ ଆଟେଣ୍ଡାଣ୍ଟ ଅନ୍ୟତ୍ର ବଦଳିକୁ ବିରୋଧ
ହସ୍ପିଟାଲ ଆଟେଣ୍ଡାଣ୍ଟ ଅନ୍ୟତ୍ର ବଦଳିକୁ ବିରୋଧ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ 12 ଜଣ ଆଟେଣ୍ଡାଣ୍ଟଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କର୍ମଚାରୀ ସଂଘ ପ୍ରତିବାଦ ଜଣାଇଛି । ଆଜି(ଶୁକ୍ରବାର) କୋରାପୁଟ ପ୍ରେସ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତା ସିଡିଏମଓ ଓ ମେଡ଼ିକାଲ କଲେଜ ହସ୍ପିଟାଲର ସୁପେରିଟେଟେଣ୍ଡେଣ୍ଟ ସେମାନଙ୍କ ସହିତ ଏ ସମ୍ପର୍କରେ ଚର୍ଚ୍ଚା କରିବା ପାଇଁ ସାକ୍ଷାତ୍କାରକୁ ମନା କରିଦେଉଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଯେଉଁ 12 ଜଣଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି ସେମାନଙ୍କ ସ୍ଥାନରେ କେହି ଯୋଗ ନଦେବା ପର୍ଯ୍ୟନ୍ତ ରିଲିଭ ନକରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲେବି ସିଡିଏମଓ ସେମାନେ ବଦଳି ହୋଇଥିବା ନିଜ ନିଜ ଜାଗାରେ ଯୋଗ ନଦେଲେ ଦରମା ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦେବା ନେଇ ସେମାନେ ପ୍ରଶ୍ନ କରିଛନ୍ତି । ଏହି 12 ଜଣ ହସ୍ପିଟାଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ଯୋଗୁଁ ସେମାନଙ୍କ ସ୍ଥାନରେ କେହି ଯୋଗ ନଦେଉଣୁ ସେମାନେ ହସ୍ପିଟାଲ ଛାଡି ଚାଲିଗଲେ ରୋଗୀ ଅସୁବିଧାରେ ପଡିବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ସେମାନଙ୍କ ବଦଳିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ସଂଘ ଦାବି ଜଣାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.