ETV Bharat / state

‘ଓଡିଶା-ଆନ୍ଧ୍ର ସୀମା ବିବାଦ, ଘର ଶତ୍ରୁଙ୍କୁ ବାହାର କରି ନିଆଯିବ କାର୍ଯ୍ୟାନୁଷ୍ଠାନ’

author img

By

Published : Apr 9, 2021, 8:03 AM IST

Updated : Apr 9, 2021, 9:09 AM IST

କୋଟିଆରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ। ଓଡିଶାରେ ରହି ଆନ୍ଧ୍ର ପାଇଁ କାମ କରୁଥିବା ଲୋକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅଧିକ ପଢନ୍ତୁ...

ଓଡିଶା- ଆନ୍ଧ୍ର ସୀମା ବିବାଦ, ଘର ଶତ୍ରୁଙ୍କୁ ଚିହ୍ନଟ କରି ନିଆଯିବ କାର୍ଯ୍ୟାନୁଷ୍ଠାନ; ଜିଲ୍ଲାପାଳ

କୋରାପୁଟ: କୋଟିଆରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ। ମାମଲାକୁ ନେଇ ଓଡିଶା ସରକାର ସୁପ୍ରିମ କୋର୍ଟକୁ ଯାଇଛନ୍ତି। ଏପଟେ ଓଡିଶା ମାଟିରେ ରହି କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପାଇଁ କାର୍ଯ୍ୟ ସମ୍ପାଦିତ କରୁଥିବା ଓ ଜନସାଧାରଣଙ୍କୁ ଆନ୍ଧ୍ର ପ୍ରଦେଶ ଆଡକୁ ଆକର୍ଷିତ କରାଯାଉଛି। ଏହି ଚେଷ୍ଟାରେ ଲାଗିଥିବା ଓଡିଶାର ଖଳନାୟକ ମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ୟ ରାଜ୍ୟର ଜମି ଉପରେ ଆଖି ପକାଇ ଅକ୍ତିଆର କରିବା ପାଇଁ ଚାହେଁ ନାହିଁ ଓ ପଡୋଶୀ ରାଜ୍ୟ ଗୁଡିକ ଠାରୁ ମଧ୍ୟ ଅନୁରୂପ ଭାବନା ଆଶା କରାଯାଉଛି ବୋଲି ସେ ମତ ପୋଷଣ କରିଛନ୍ତି ।

‘ଓଡିଶା-ଆନ୍ଧ୍ର ସୀମା ବିବାଦ, ଘର ଶତ୍ରୁଙ୍କୁ ବାହାର କରି ନିଆଯିବ କାର୍ଯ୍ୟାନୁଷ୍ଠାନ’

ଗୁରୁବାର ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଅନେକ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କୁ ନେଇ ନେରେଡିବାଲାସାରେ ଖୋଲାଯାଇଥିବା ଭୋଟିଂ କେନ୍ଦ୍ରକୁ ନେଇ ନିର୍ବାଚନରେ ମତଦାନ ପ୍ରଦାନ କରାଇବା ରେ ବିଫଳ ହୋଇଥିଲେ ।

ଏହି ବୁଥରେ କୋଟିଆ ପଞ୍ଚୟାତର ସମୁଦାୟ 1921 ଭୋଟରଙ୍କ ମଧ୍ୟରୁ କେବଳ 223 ଜଣ ମତଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ତୋନମ ଠାରେ ଫାଟୁସିନେରୀର 1025 ଜଣ ଭୋଟରଙ୍କ ମଧ୍ୟରୁ 382 ଜଣ ଓ ଫଗୁଣସିନେରିରୁ 502 ଜଣ ଭୋଟରଙ୍କ ମଧ୍ୟରୁ କେବଳ 217 ଜଣ ମତଦାନ ଦେଇଥିବା ଜଣାପଡିଛି ।

ଗତ ଫେବ୍ରୁଆରି 13 ତାରିଖରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ କୋଟିଆ ଅଞ୍ଚଳରରୁ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ଠାରୁ ଆଜିର ଭୋଟଦାତାଙ୍କ ସଂଖ୍ୟା ବହୁତ କମ ଥିବା ଯୋଗୁଁ ଗତ କିଛିଦିନ ଧରି କୋରାପୁଟ ଜିଲ୍ଲା ପ୍ରଶାସନର ଯୋଜନା ଫଳପ୍ରଦ ହୋଇଥିବା ସେ ଜଣାଇଛନ୍ତି ।

କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ବାସୀଙ୍କୁ କୋରୋନାର ଦାଉରୁ ମୁକ୍ତ ରଖିବା ପାଇଁ କୋଟିଆରେ 144 ଧାରା ଲାଗୁ କରିବା ଓ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଇଛନ୍ତି। କାରଣ ଆନ୍ଧ୍ର ପ୍ରଦେଶର ଅଧିକାରୀ ବେନିୟମ ଭାବେ ଭୋଟରଙ୍କୁ ଟ୍ରକରେ ବୋହିନେବା ପାଇଁ ଚେଷ୍ଟା କରୁଥିଲେ । ଏହିପରି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା ମତ ରଖିଛନ୍ତି । ତେବେ ଆନ୍ଧ୍ରର ଏପରି ମନମୁଖୀ ଆଚରଣ ସମ୍ପର୍କରେ ସୁପ୍ରିମ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

କୋରୋପୁଟରୁ ସି.ଏଚ୍. ଶାନ୍ତାକାର, ଇ଼ଟିଭି ଭାରତ

Last Updated : Apr 9, 2021, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.