ETV Bharat / state

ଜୟପୁର ଗୁଳିକାଣ୍ଡ ଘଟଣା, ରାଜନୈତିକ ସମ୍ପୃକ୍ତି ନାହିଁ କହିଲେ SP

author img

By

Published : Mar 20, 2022, 7:13 PM IST

କୋରାପୁଟ ଜୟପୁର ଗୁଳିକାଣ୍ଡ ଘଟଣା । ଏଥିରେ କୌଣସି ରାଜନୈତିକ ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି କୋରାପୁଟ ଏସପି । ଅଧିକ ପଢନ୍ତୁ

ଜୟପୁର ଗୁଳିକାଣ୍ଡ ଘଟଣା, ରାଜନୈତିକ ସମ୍ପୃକ୍ତି ନାହିଁ କହିଲେ SP
ଜୟପୁର ଗୁଳିକାଣ୍ଡ ଘଟଣା, ରାଜନୈତିକ ସମ୍ପୃକ୍ତି ନାହିଁ କହିଲେ SP

କୋରାପୁଟ: ଶନିବାର ସନ୍ଧ୍ୟା ସମୟରେ ଜୟପୁରରେ ହୋଇଥିଲା ଗୁଳିକାଣ୍ଡ । ଏହାକୁ ନେଇ ଚାଲିଥିବା ରାଜନୈତିକ ଦ୍ଵନ୍ଦ୍ବର ଅବସାନ ଘଟିଛି । ଜୟପୁର ଗୋପବନ୍ଧୁ ନଗର କାର୍ତ୍ତିକ ନାଗକୁ ଅପହରଣ କରି ହତ୍ୟା ଉଦ୍ୟମ ମାମଲା ସହିତ କୌଣସି ରାଜନୈତିକ ସଂପୃକ୍ତି ନାହିଁ ଏବଂ ଏହା ଏକ ଗ୍ୟାଙ୍ଗ ୱାର ବୋଲି କୋରାପୁଟ ଏସପି ବରୁଣ ଗୁଣ୍ଟାପଲ୍ଲୀ ସ୍ପଷ୍ଟ କରିଛନ୍ତି ।

ଆକ୍ରମଣରେ ଆହତ କାର୍ତ୍ତିକ ହସ୍ପିଟାଲ ବେଡ୍‌ରୁ ଏକ ଭିଡିଓ ଜାରି କରି ଘଟଣାକୁ ନେଇ ରାଜନୀତି ନ ହେଉ ବୋଲି ଅନୁରୋଧ କରିଛନ୍ତି । ଆହତଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ବି ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ କଂଗ୍ରେସ ପକ୍ଷରୁ ଆଜି ସକାଳୁ ଏହାକୁ ବିରୋଧ କରାଯାଇଥିଲା । ମୁଖ୍ୟ ଅଭିଯକ୍ତମାନଙ୍କୁ ଧରିବାକୁ ପୋଲିସ ବିଫଳ ହୋଇଥିବା କହି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜାତୀୟ ରାଜପଥ ଅବରୋଧ କରିବା ସହିତ ଧାରଣାରେ ବସିଥିଲେ । ପୋଲିସର ବୁଝାସୁଝା ପରେ ଧାରଣା ହଟିଥିଲା । ଏହି ଘଟଣାରେ 4 ଜଣଙ୍କୁ ଅଟକ ରଖି ପଚାଉଚରା କରାଯାଇଥିବା ଏସପି ଗୁଣ୍ଟାପଲ୍ଲୀ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.