ETV Bharat / state

ମଡର୍ଣ୍ଣ ଟେକ୍ନୋଲୋଜି ଆଣିଲା KDF, ଆଉ ବେଙ୍ଗାଲୁରୁ ଯିବେନି କଫି ଚାଷୀ

ଆଜି ଦେଶବିଦେଶରେ ମହକୁଛି କୋରାପୁଟ କଫି । ବିଶ୍ବ ଚାଖୁଛି କୋରାପୁଟ କଫିର ସ୍ବାଦ । ଚାରିଆଡ଼େ କୋରାପୁଟ କଫିର ଚାହିଦା ବଢୁଥିବା ବେଳେ ଏପଟେ ମୂଳ ଚାଷୀଙ୍କ ଦୁଃଖ ବୁଝିଛି କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ବା KDF । ଡୋର ଷ୍ଟେପରୁ କଫି ନେଇ ଯୋଗାଉଛନ୍ତି ପ୍ରକ୍ରିୟାକରଣର ସୁବିଧା । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Mar 29, 2022, 9:07 PM IST

ମଡର୍ଣ୍ଣ ଟେକ୍ନୋଲୋଜି ଆଣିଲା KDF, ଆଉ ବେଙ୍ଗାଲୁରୁ ଯିବେନି କଫି ଚାଷୀ
ମଡର୍ଣ୍ଣ ଟେକ୍ନୋଲୋଜି ଆଣିଲା KDF, ଆଉ ବେଙ୍ଗାଲୁରୁ ଯିବେନି କଫି ଚାଷୀ

କୋରାପୁଟ: ଜିଲ୍ଲାରେ ହଜାର ହଜାର ହେକ୍ଟର କଫି ଉତ୍ପାଦନ ହେବା ସହ ବେସରକାରୀ ଓ ସରକାରୀ ପ୍ରୋତ୍ସାହନ ଯୋଗୁଁ କୋରାପୁଟର କଫି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ମହକ ପହଞ୍ଚାଇ ପାରିଛି । ଦେଶବିଦେଶରେ ମହକୁଛି କୋରାପୁଟ କଫି । ବିଶ୍ବ ଚାଖୁଛି କୋରାପୁଟ କଫିର ସ୍ବାଦ । ଚାରିଆଡ଼େ କୋରାପୁଟ କଫିର ଚାହିଦା ବଢୁଥିବା ବେଳେ ଏପଟେ ମୂଳ ଚାଷୀଙ୍କ ଦୁଃଖ ବୁଝିଛି କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ବା KDF । ନିଜ କଫିର ପ୍ରୋସେସିଂ ପାଇଁ ଏକ ୟୁନିଟ ବସାଇଛି ଏହି ଫାଉଣ୍ଡେସନ । ଫଳରେ ସମସ୍ତ ଚାଷୀ ଏହାର ସୁବିଧା ପାଇପାରୁଛନ୍ତି ।

ଏହି ଅଞ୍ଚଳରେ କଫିର ମାନ ନିର୍ଣ୍ଣୟ କରି ପ୍ରକ୍ରିୟାକରଣର ବ୍ୟବସ୍ଥା ନ ଥିବା ଯୋଗୁଁ ଆଦିବାସୀ ଓ ଅଣ ଆଦିବାସୀ ଚାଷୀ ନିଜସ୍ଵ ଉଦ୍ୟମରେ ହେଉ ବା ସରକାରୀ ପ୍ରୟାସରେ ହେଉ ବେଙ୍ଗାଲୁରୁ ଭଳି କଫି ଉଦ୍ୟୋଗର ପ୍ରମୁଖ ସ୍ଥଳକୁ କଫି ମଞ୍ଜିକୁ ପଠାଇବାକୁ ପଡୁଥିଲା । ଏହା ଫଳରେ ଚାଷୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିଲେ । ସେଠାରୁ କଫି କୋରାପୁଟ ନାଁ ସହିତ ନୁହେଁ ବରଂ ଦେଶର ନାମ ସହିତ ବିକ୍ରି ହେଉଥିଲା । ଫଳରେ କୋରାପୁଟ କଫିକୁ ମିଳିପାରୁନଥିଲା ସ୍ବତନ୍ତ୍ର ପରିଚୟ ।

ତେବେ ବର୍ତ୍ତମାନ ଆଦିବାସୀ ଓ ଅଣ ଆଦିବାସୀ ଚାଷୀଙ୍କ କଫି ମଞ୍ଜିକୁ ଚାଷୀ ନିଜେ ପରଖି ପାରିବା ଭଳି ଏକ ସୁଯୋଗ ସୃଷ୍ଟି କରିବା ପାଇଁ କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ପକ୍ଷରୁ କୋରାପୁଟ ବ୍ଲକ ଅନ୍ତର୍ଗତ ଏକଡିଲି ଠାରେ ଏକ ଅତ୍ୟାଧୁନିକ ପ୍ରକ୍ରିୟାକରଣ ୟୁନିଟର ସ୍ଥାପନା କରାଯାଇଥିବା ସଂସ୍ଥାର ନିର୍ଦ୍ଦେଶକ ଅଂଶୁମାନ ରଥ କହିଛନ୍ତି । ଏହି ପ୍ରକ୍ରିୟାକରଣ ୟୁନିଟରେ ଯେକୌଣସି ଚାଷୀ ନିଜ କଫି ବଗିଚାରୁ ମଞ୍ଜିକୁ ଆଣି ସେଥିରୁ ଅଗାଡ଼ି ଓ ଚୋପାକୁ ସଫା କରାଇବା ସହ ସମସ୍ତ ଉତ୍ପାଦ ମଧ୍ୟରୁ ମାନ ଅନୁଯାୟୀ ପ୍ରୁଥକୀକରଣ କରିପାରିବେ ବୋଲି ରଥ କହିଛନ୍ତି ।

ଏହା ଫଳରେ ଚାଷୀ ନିଜ ଉତ୍ପାଦର ମାନ ଅନୁଯାୟୀ ମୂଲ୍ୟ ପାଇବାରେ ସକ୍ଷମ ହେବ ବୋଲି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲାର ଗ୍ରାମର ଅଗ୍ରଣୀ ମହିଳା କଫି ଚାଷୀ ନିର୍ମଲା ରେଡ୍ଡୀ ଆଶାପୋଷଣ କରିଛନ୍ତି । ସରକାରୀ ଭାବେ ଟିଡିସିସି ଦ୍ବାରା ପରିଚାଳିତ ପ୍ରକ୍ରିୟାକରଣ ୟୁନିଟରେ କେବଳ ଆଦିବାସୀ ଚାଷୀଙ୍କ କଫିକୁ ଗ୍ରହଣ କରାଯାଉଥିବା ବେଳେ କେଡିଏଫ୍ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏହି ୟୁନିଟରେ ସେପରି କୌଣସି ବାଛବିଚାର ନଥିବା ଯୋଗୁଁ ଜିଲ୍ଲାର ସମସ୍ତ ଚାଷୀ ଉପକୃତ ହୋଇପାରିବେ ବୋଲି ସେ ମତ ରଖିଛନ୍ତି । କେଡିଏଫ୍ ଦ୍ବାରା ତାଙ୍କ କଫି ବଗିଚାରୁ ପ୍ରଥମ ପର୍ଯ୍ୟାୟରେ ୭ ଟନ କଫି ମଞ୍ଜି ନିଆଯାଇଥିବା ବେଳେ ଭବିଷ୍ୟତରେ ଆହୁରି ଅଧିକ କଫି ମଞ୍ଜି ପ୍ରକ୍ରିୟା କରଣ କରାଇବା ପାଇଁ ତାଙ୍କ ଭଳି ଅଗ୍ରଣୀ କଫି ଉଦ୍ୟୋଗୀ ମଧ୍ୟ ଯୋଗାଇଦେବା ପାଇଁ ଏହି ୟୁନିଟକୁ ଅଗ୍ରାଧିକାର ଦେବେ ବୋଲି ଜଣାଇଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.