ETV Bharat / state

ପଟ୍ଟାଙ୍ଗିରେ ଅନଲାଇନ ଜୁଆ ଖେଳରୁ ହତ୍ୟାକାଣ୍ଡ, ସୁପାରୀ କିଲର ଗିରଫ

author img

By

Published : Nov 12, 2020, 7:55 PM IST

ପଟ୍ଟାଙ୍ଗି ପୋଲିସକୁ ସଫଳତା। ପଟ୍ଟାଙ୍ଗିରେ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ସୁନାବେଡ଼ା ପୋଲିସ। ଅଧିକ ପଢ଼ନ୍ତୁ...

ପଟ୍ଟାଙ୍ଗିରେ ଅନଲାଇନ ଜୁଆ ଖେଳରୁ ହତ୍ୟାକାଣ୍ଡ, ସୁପାରୀ କିଲର ଗିରଫ
ପଟ୍ଟାଙ୍ଗିରେ ଅନଲାଇନ ଜୁଆ ଖେଳରୁ ହତ୍ୟାକାଣ୍ଡ, ସୁପାରୀ କିଲର ଗିରଫ

କୋରାପୁଟ: ପଟ୍ଟାଙ୍ଗି ପୋଲିସକୁ ସଫଳତା। ପଟ୍ଟାଙ୍ଗିରେ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ସୁନାବେଡ଼ା ପୋଲିସ। ନଭେମ୍ବର 3 ତାରିଖରେ ପଟ୍ଟାଙ୍ଗିର ଯୁବ ବ୍ୟବସାୟୀ କୁନା ପ୍ରସାଦ ଚୌଧୁରୀଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିଲା। ତେବେ ଆଜି(ଗୁରୁବାର) ଏହି ହତ୍ୟାକାଣ୍ଡ ଭିଆଇ ଥିବା ଦୁଇଜଣ ସୁପାରୀ କିଲରଙ୍କ ସହ ସୁପାରୀ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଅନଲାଇନ ଜୁଆ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି ପୋଲିସ। ପଟ୍ଟାଙ୍ଗିର 28 ବର୍ଷୀୟ ଯୁବକ କୁନା ପ୍ରସାଦ ଚୌଧୁରୀଙ୍କଠାରୁ ସେହି ଅଞ୍ଚଳର ସୁନୀଲ ପାଢ଼ୀ ନାମକ ଜୁଆ ଖେଳରେ 3 ଲକ୍ଷ ଟଙ୍କା ହାରି ଯାଇଥିଲା। ତେବେ ସୁନୀଲ ପାଢ଼ୀ ଏହି ସମସ୍ତ ଟଙ୍କା ଦେବାକୁ ଅସମର୍ଥ ଥିଲା। ଏଥିପାଇଁ ସୁନୀଲଙ୍କ ବାପା କୁନା ପ୍ରସାଦଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। ବାକି ଥିବା ଦେଢ଼ ଲକ୍ଷ ଟଙ୍କା ଆସନ୍ତା ମାସ ଦେବା ପାଇଁ ବୁଝାମଣା ହୋଇଥିଲା। ତେବେ ପୁଅର ଏଭଳି କାରନାମାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ ସୁନୀଲଙ୍କ ବାପା। ବାପାଙ୍କ ଏଭଳି ଅବସ୍ଥାକୁ ଦେଖି ସୁନିଲର ସାନ ଭାଇ ଅନିଲ କୁନା ପ୍ରସାଦକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା।

ଅନିଲ କୁନା ପ୍ରସାଦକୁ ହତ୍ୟା କରିବାକୁ ଅନୀଲ ପାରଳାଖେମୁଣ୍ଡିର ଦୁଇଜଣ ସୁପାରୀ କିଲର ଗଣେଶ ରାଉଳ ଓ ଅଜିତ ଖିଲଙ୍କୁ ସୁପାରି ଦେଇଥିଲା। ଏଥିପାଇଁ ସେମାନଙ୍କ ମଧ୍ୟରେ 17 ଲକ୍ଷ ଟଙ୍କାରେ ଡିଲ ହୋଇଥିଲା। ହତ୍ୟା କରିବା ପାଇଁ ସୁପାରୀ କିଲରମାନେ 40 ହଜାର ଟଙ୍କା ଅଗ୍ରୀମ ରାଶି ମଧ୍ୟ ନେଇଥିଲେ। ଏହି 40 ହଜାର ଟଙ୍କା ମଧ୍ୟ ଅନିଲ କୁନା ପ୍ରସାଦଠାରୁ ଆଣିଥିଲା। ଅନିଲ ସହ ଗଞ୍ଜେଇ ବେପାର କରିବା ଲୋଭରେ ଏହି ଟଙ୍କା ଦେଇଥିଲେ କୁନା ପ୍ରସାଦ।

ନଭେମ୍ବର 3 ତାରିଖରେ ପଟ୍ଟାଙ୍ଗିର ଗଣେଶ ମନ୍ଦିର ନିକଟକୁ ଗଞ୍ଜେଇ ବେପାର ମାମଲାରେ କଥାବାର୍ତ୍ତା ପାଇଁ ଅନୀଲ କୁନା ପ୍ରସାଦକୁ ଡକାଇଥିଲା। ଗଙ୍ଗା ପ୍ରସାଦ ମନ୍ଦିର ନିକଟରେ ପହଞ୍ଚିବା ପରେ ଅନିଲ, ଗଣେଷ ଓ ଅଜିତ କୁନା ପ୍ରସାଦଙ୍କୁ ବେକରେ ପ୍ଲାଷ୍ଟିକ ଦୌଡି ଲଗାଇ ହତ୍ୟା କରିଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା। 3ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.