ETV Bharat / state

କୋଚିଂ ସେଣ୍ଟରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ! ଶିକ୍ଷକ ଅଟକ

author img

By

Published : Sep 24, 2020, 8:05 PM IST

କୋଚିଂ ସେଣ୍ଟରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜୟପୁରର ଏକ ଘରୋଇ କୋଚିଂ ସେଣ୍ଟର ନାଁରେ । ଅଧିକ ପଢନ୍ତୁ...

କୋଚିଂ ସେଣ୍ଟରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଶିକ୍ଷକ ଅଟକ

କୋରାପୁଟ: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କର ଛିଟା ! କୋଚିଂ ସେଣ୍ଟରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜୟପୁରର ଏକ ଘରୋଇ କୋଚିଂ ସେଣ୍ଟର ନାଁରେ ।

ସୂଚନାନୁସାରେ, କୋରୋନା କାରଣରୁ ବର୍ତ୍ତମାନ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ଅନଲାଇନ କ୍ଲାସ ଚାଲିଛି । ଚଳିତ ମାସ ଏହି କୋଚିଂ ସେଣ୍ଟରରେ ପରୀକ୍ଷା ଆରମ୍ଭ ହୋଇଥିଲା । ଯାହା ଲିଖିତ ଭାବେ ହୋଇଥିଲା । ତେଣୁ ପରୀକ୍ଷାର୍ଥୀ ପରୀକ୍ଷା ଶେଷ ପରେ ଖାତା ଦାଖଲ ନିମନ୍ତେ କୋଚିଂ ସେଣ୍ଟର ଯାଇଥିଲେ । ଉକ୍ତ ନାବାଳିକା ଜଣଙ୍କ ମଧ୍ୟ ରାତି ସାଢେ 8ଟା ବେଳକୁ ଏକୁଟିଆ ଖାତା ଦାଖଲ ନିମନ୍ତେ ଯାଇଥିଲେ । ଯାହାର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ କୋଚିଂ ସେଣ୍ଟରରେ ଭୂଗୋଳ ପଢାଉଥିବା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ।

ପରେ ନାବାଳିକା ଜଣକ ଏନେଇ ନିଜ ପରିବାରକୁ ଜଣାଇଥିଲେ । ଝିଅର ଅଭିଯୋଗକୁ ଭିତ୍ତି କରି ପରିବାର ଲୋକେ ଜୟପୁର ଥାନା ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଆଇପିସି ଧାରା ୩୭୬ (୨) (ଏଫ) ଓ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଅକ୍ଷୟ କୁମାରକୁ ଅଟକ ରଖିଛି । ଏଥିସହ ପୀଡିତା ନାବାଳିକା ଓ ଅଭିଯୁକ୍ତ ଶିକ୍ଷକକୁ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜୟପୁର ଥାନାଧିକାରୀ ବାଲେଶ୍ବର ଗିଧି କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.