କୋରାପୁଟ : ପୋଷ୍ଟାଲ ଦୁର୍ନୀତିର ରିପୋର୍ଟ ମାଗିଲେ ମନ୍ତ୍ରୀ । ମାଲକାନଗିରି ଜିଲ୍ଲାରେ ହୋଇଥିବା ପୋଷ୍ଟାଲ ଦୁର୍ନୀତିର ତଦନ୍ତ ପ୍ରକ୍ରିୟାକୁ କ୍ରିୟାଶୀଳ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଶନିବାର ଜୟପୁରରେ ଜନ ଆଶୀର୍ବାଦ ଯାତ୍ରାରେ ରୋଡ଼ ସୋ କରିବା ପରେ ମନ୍ତ୍ରୀ ଜୟପୁର ହେଡ ପୋଷ୍ଟ ଅଫିସ ପରିଦର୍ଶନ କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାର ଭେଜାଙ୍ଗିୱାଡ଼ା, ତାଟିବେଡା ଓ ମାଲକାନଗିରି କଲୋନୀ ପୋଷ୍ଟ ଅଫିସରେ ଜମାକାରୀଙ୍କ ପ୍ରାୟ 5 କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଥିଲେ ସାଧାରଣ ଲୋକେ । ଏହାକୁ ଭିତ୍ତି କରି ମନ୍ତ୍ରୀ କୋରପୁଟ ଡିଭିଜନ ଦାୟିତ୍ଵରେ ଥିବା ଏସଏସପିଓଙ୍କ ଠାରୁ ଉତ୍ତର ଚାହିଁଥିଲେ । ତେବେ ଦୀର୍ଘ ଦିନ ହୋଇଥିଲେ ବି ତଦନ୍ତରେ ଅଗ୍ରଗତି ହେଉନଥିବାରୁ ମନ୍ତ୍ରୀ ବିଗିଡ଼ି ଥିଲେ । ଏଥି ସହିତ ଆସନ୍ତା 30 ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦେଶ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ