ETV Bharat / state

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନର ଉନ୍ନତି ସରକାରଙ୍କ ପ୍ରାଥମିକତା: କୋରାପୁଟ ଜିଲ୍ଲାପାଳ

କୋରାପୁଟର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ । କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଛକରେ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Mar 29, 2022, 5:24 PM IST

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନର ଉନ୍ନତି ସରକାରଙ୍କ ପ୍ରାଥମିକତା: କୋରାପୁଟ ଜିଲ୍ଲାପାଳ
ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନର ଉନ୍ନତି ସରକାରଙ୍କ ପ୍ରାଥମିକତା: କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆଜି (ମଙ୍ଗଳବାର) ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଶହୀଦଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମା ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦିବସଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି । କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଛକରେ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି ।

ଏହି ଅବସରରେ ଜିଲ୍ଲାପାଳ ଅବଦଲ ଅକ୍ତର ଶହୀଦଙ୍କ ଜନ୍ମସ୍ଥାନରେ ବିକାଶମୂଳକ କାର୍ଯ୍ୟ ଚାଲୁ ରହି ଥିବାବେଳେ ବୋଇପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ନିକଟ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି । ଏହି ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ତେନ୍ତୁଳିଗୁମ୍ମାକୁ ଯିବା ପାଇଁ ଏଣିକି ଆଉ ମାଲକାନଗିରି ଜିଲ୍ଲା ବାଟ ଦେଇ ଯିବାକୁ ପଡିବନି, କୋରାପୁଟ ଜିଲ୍ଲା ମଧ୍ୟ ଦେଇ ଯିବା-ଆସିବା କରିହେବ ଓ ବ୍ଲକ କାର୍ଯ୍ୟାଳୟ ସହ ସେହି ସ୍ଥାନ ଗୁଡ଼ିକର ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି ।

ସେହିପରି କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବକ୍ତାମାନେ ଡାକ୍ତରୀ ଛାତ୍ରଙ୍କୁ ଶହୀଦଙ୍କ ଦେଶପ୍ରେମରେ ଉଦବୋଦ୍ଧ ହୋଇ ଗରିବ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରିତ କରିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.