ETV Bharat / state

ଆଦର୍ଶ ଲୋକକଳା ଗାଁର ମାନ୍ୟତା ପାଇଲା ‘ଖଜୁରିପୁଟ’ - ଜିଲ୍ଲା ସଂସ୍କୃତି ଅଧିକାରୀ

ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପାଇଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଖଜୁରିପୁଟ ଗାଁ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏହି ଗ୍ରାମକୁ ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Oct 2, 2019, 9:13 PM IST

Updated : Oct 3, 2019, 3:50 PM IST

କୋରାପୁଟ: ପାହାଡ଼ର ପାଦଦେଶର କୋରାପୁଟର ଛୋଟ ଗାଁ ଖଜୁରିପୁଟ । ସଞ୍ଜ ନଇଁ ଆସିଲେ ଆଦିବାସୀ ରମଣୀ ଗୁଣୁଗୁଣୁ ହୋଇ ଗୀତ ଗାଏ ଆଉ ତା ଗୀତକୁ ଗାଁ ମୁଣ୍ଡରୁ ଶୁଣିଆସୁଥିବା କ୍ଳାନ୍ତ ଯୁବକ ନିଜ କାନ୍ଧରୁ କୋଦାଳଟିକୁ ଓହ୍ଲାଇ ଦେଇ ତା ସୁରରେ ସୁର ମିଶାଇଦେବାକୁ ଭଲପାଏ । ଗାଁରେ ଅନ୍ଧାର ଯେତେ ବଢି ବଢି ଚାଲେ ଗାଁର ଯୁବକ ଯୁବତୀ ସେତିକି ମାତ୍ରାରେ ଏକାଠି ହୋଇଯାଆନ୍ତି ସାଥି ହୋଇ ନାଚି ଉଠିବାକୁ ।

ଆଦର୍ଶ ଲୋକକଳା ଗାଁର ମାନ୍ୟତା ପାଇଲା ‘ଖଜୁରିପୁଟ’

କେଉଁ ଅନାଦି କାଳରୁ ଚାଲିଆସିଥିବା ଏହି ପରମ୍ପରା ଓ ପାରମ୍ପରିକ ନୃତ୍ୟକୁ ବଞ୍ଚାଇ ରଖିବାର ପ୍ରୟାସ ଫଳରେ ଏହି ଗାଁର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଦିବାସୀ ନାଚଗୀତକୁ ଆପଣାର କରିନେଇଛନ୍ତି । ପାରମ୍ପରିକ ବାଦ୍ୟର ତାଳେ ତାଳେ ସାମୁହିକ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟର ପ୍ରଦର୍ଶନ ବଳରେ ଏହି ଗ୍ରାମର ନୃତ୍ୟ ଦଳ ଅନେକ ଥର ରାଜ୍ୟ ଓ ରାଜ୍ୟ ବାହାରକୁ ନିମନ୍ତ୍ରିତ ହୋଇଯାଇଛନ୍ତି । ସେମାନେ କଳା ନୌପୁଣ୍ୟତାର ପ୍ରଦର୍ଶନ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି ।

ଖଜୁରିପୁଟର ଏହି ଅନନ୍ୟ ପରମ୍ପରାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ଗ୍ରାମକୁ ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଗ୍ରାମର କଳାକାରଙ୍କ ଅବଦାନକୁ ପ୍ରଶଂସା କରି ଗ୍ରାମକୁ କଳାଗ୍ରାମ ଭାବେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ଏହି ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପାରମ୍ପରିକ କଳା ଓ ସଂସ୍କୃତିର ପ୍ରୋତ୍ସାହନ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସୂଚନା ଦେଇଛନ୍ତି । ଏହି ଗାଁରୁ ବାହାରି ଜାତୀୟ ପାରମ୍ପରିକ କଳା ଜଗତରେ ନାଁ କରିଥିବା ଜଗବନ୍ଧୁ ଦିଶାରୀ ସରକାରଙ୍କ ଏହି ଘୋଷଣାକୁ ନେଇ ଆଶାବାଦୀ ଅଛନ୍ତି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପାଇଲା କୋରାପୁଟ ଲିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଖଜୁରିପୁଟ ଗାଁ ।Body:ପାହାଡ଼ର ପାଦଦେଶର ଏହି ଛୋଟ ଗାଁ ଖଜୁରିପୁଟ ରେ ସଞ୍ଜ ନଇଁଲେ ଆଦିବାସୀ ରମଣୀ ଗୁଣୁଗୁଣୁ ହୋଇ ଗୀତ ଗାଏ ଆଉ ତା ଗୀତକୁ ଗାଁ ମୁଣ୍ଡରୁ ଶୁଣିଆସୁଥିବା କ୍ଳାନ୍ତ ଯୁବକ ନିଜ କାଂଧରୁ କୋଦାଳଟିକୁ ଓହ୍ଲାଇ ଦେଇ ତା ସୁରରେ ସୁର ମିଶାଇଦେବାକୁ ଭଲପାଏ । ଗାଁରେ ଅନ୍ଧାର ଯେତେ ବଢି ବଢି ଚାଲେ ଗାଁର ଯୁବକ ଯୁବତୀ ସେତିକି ମାତ୍ରାରେ ଏକାଠି ହୋଇଯାଆନ୍ତି ସାଥି ହୋଇ ନାଚି ଉଠିବାକୁ ।
କେଉଁ ଅନାଦି କାଳରୁ ଚାଲିଆସିଥିବା ଏହି ପରମ୍ପରା ଓ ପାରମ୍ପରିକ ନୃତ୍ୟକୁ ବଞ୍ଚାଇ ରଖିବାର ପ୍ରୟାସ ଫଳରେ ଏହି ଗାଁର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଦିବାସୀ ନାଚଗୀତକୁ ଆପଣାର କରିନେଇଛନ୍ତି ।ପାରମ୍ପରିକ ବାଦ୍ୟ ର ତାଳେ ତାଳେ ସାମୁହିକ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ର ପ୍ରଦର୍ଶନ ବଳରେ ଏହି ଗ୍ରାମର ନୃତ୍ୟ ଦଳ ଅନେକ ଥର ରାଜ୍ୟ ଓ ରାଜ୍ୟ ବାହାରକୁ ନିମନ୍ତ୍ରିତ ହୋଇ ଯାଇଛନ୍ତି ଏବଂ ସେମାନଙ୍କ କଳା ନୌପୁନ୍ୟତା ର ପ୍ରଦର୍ଶନ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଖଜୁରିପୁଟ ର ଏହି ଅନନ୍ୟ ପରମ୍ପରାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ଗ୍ରାମକୁ ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଗ୍ରାମର କଳାକାରଙ୍କ ଅବଦାନକୁ ପ୍ରଶଂସା କରି ଗ୍ରାମକୁ କଳାଗ୍ରାମ ଭାବେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।Conclusion:ଏହି ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମରେ ପାରମ୍ପରିକ କଳା ଓ ସଂସ୍କୃତି ର ପ୍ରୋତ୍ସାହନ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସୂଚନା ଦେଇଥିବା ବେଳେ ଏହି ଗ୍ରାମରୁ ବାହାରି ଜାତୀୟ ପାରମ୍ପରିକ କଳା ଜଗତରେ ନାଁ କରିଥିବା ଜଗବନ୍ଧୁ ଦିଶାରୀ ସରକାରଙ୍କ ଏହି ଘୋଷଣାକୁ ନେଇ ଆଶାବାଦୀ ହୋଇଉଠିଛନ୍ତି ।
..........
Byte : ଅକ୍ଷୟ କୁମାର ସେଠି , ଜିଲ୍ଲା ସଂସ୍କୃତି ଅଧିକାରୀ
Byte : ଜଗବନ୍ଧୁ ଦିଶାରୀ , ଜାତୀୟ ସ୍ତରୀୟ ଆଦିବାସୀ କଳାକାର
ଶାନ୍ତାକାର
କୋରାପୁଟ
..........
Last Updated : Oct 3, 2019, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.