କୋରାପୁଟ: ଲକ୍ଷ୍ମୀପୁରରେ ପାସେଞ୍ଜର ଟ୍ରେନ ରହଣି ଦାବିରେ ରେଳ ରୋକ । ଲକ୍ଷ୍ମୀପୁର ରେଳ ଷ୍ଟେସନରେ ସମସ୍ତ ପାସେଞ୍ଜର ଟ୍ରେନ ରହଣି ଦାବିରେ ରବିବାର ସ୍ଥାନୀୟ ଲୋକେ ରେଳ ରୋକ କରିଛନ୍ତି । ଫଳରେ କୋରାପୁଟ ଓ ରାୟଗଡା ରେଳପଥରେ ରେଳ ଚଳାଚଳ ବନ୍ଦ ହୋଇଛି ।
ଲକ୍ଷ୍ମୀପୁର ଠାରେ ସମସ୍ତ ଯାତ୍ରୀବାହୀ ଟ୍ରେନର ରହଣୀ ଦାବି କରି ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ରେଳ ରୋକ କରାଯାଇଛି । ରେଳ ଷ୍ଟେସନରେ ଧାରଣା ଜାରି ରହିଥିବା ବେଳେ ରେଳବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିକାଶ ପରିଷଦ ପକ୍ଷରୁ ବିଶାଖାପାଟଣା ସ୍ଥିତ ରେଳ ବିଭାଗ ଡିଆରଏମଙ୍କ ସହ ଆଲୋଚନା କରି ଦାବି ପତ୍ର ଦିଆଯାଇଥିଲା । ରେଳ ରହଣି କାର୍ଯ୍ୟକାରୀ ହେବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ କରାଯାଇନଥିବାରୁ ଆଜି ରେଳ ରୋକ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ