ETV Bharat / state

ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ନେଇଗଲା ଓଡିଶା ରାଜସ୍ବ ଗ୍ରାମର ଭୋଟ

author img

By

Published : Feb 16, 2021, 9:49 PM IST

ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀରେ ସରିଯାଇଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ଏହାସହ ପଟ୍ଟାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶାର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ର ଗଲିଗବଦରରୁ ମଧ୍ୟ ଆନ୍ଧ୍ରପ୍ରଦେଶ ଭୋଟ ସାଉଁଟି ନେବାରେ ସଫଳ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ନେଇଗଲା ଓଡିଶା ରାଜସ୍ବ ଗ୍ରାମର ଭୋଟ
ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ନେଇଗଲା ଓଡିଶା ରାଜସ୍ବ ଗ୍ରାମର ଭୋଟ

କୋରାପୁଟ: ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀରେ ସରିଯାଇଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ନିର୍ବାଚନ ଫଳାଫଳ ଆସିଥିବା ବେଳେ ଆନ୍ଧ୍ରର ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏହି ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଛି। ଏହାସହ ପଟ୍ଟାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶାର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ର ଗଲିଗବଦରରୁ ମଧ୍ୟ ଆନ୍ଧ୍ରପ୍ରଦେଶ ଭୋଟ ସାଉଁଟି ନେବାରେ ସଫଳ ହୋଇଥିବା ଜଣାପଡିଛି।

ଆଜି ଏହି ଖବର ଜଣାପଡିବା ପରେ ଗଲିଗବଦର ଗାଁକୁ ଯାଇଥିବା ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିଲେ। ହେଲେ ଅନୌପଚାରିକ ଭାବେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଗଲିଗବଦର ଗାଁ ର ପ୍ରାୟ 70 ଜଣ ବ୍ୟକ୍ତି ଶୁକ୍ରବାର ରାତାରାତି ଓଡିଶା ପାର ହୋଇ ଶନିବାର ଦିନ ସାରିକି ପଞ୍ଚାୟତରେ ଭୋଟ ଦେଇଥିବା ସେ ଜଣାଇଛନ୍ତି ।

ସେ ଏବଂ ପଟ୍ଟାଙ୍ଗି ଥାନାଧିକାରୀ ଗଲିଗବଦର ଗଲାବେଳକୁ ଗାଁରେ କାହାକୁ ଭେଟି ପାରିନଥିଲେ ହେଁ ପୂର୍ବତନ ସରପଞ୍ଚ ସୁନୀଲ ଖରା ସେମାନଙ୍କୁ ଏହି ସୂଚନା ପ୍ରଦାନ କରିଥିବା ସେ ଜଣାଇଛନ୍ତି। ଏପରିକି ଗଲିଗବଦର ଏକ ସର୍ଭେ ହୋଇଥିବା ଓଡ଼ିଶାର ଗ୍ରାମ ଏବଂ ସେହି ଗ୍ରାମରେ ଆନ୍ଧ୍ର ସରକାର କିପରି ଭୋଟର ତିଆରି କଲେ ଓ ଓଡିଶା ସରକାର ଏ ସମ୍ପର୍କରେ କିପରି ଜାଣିପାରିଲେ ନାହିଁ ସେ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆନ୍ଧ୍ର ଯଦି ଗଲିଗବଦରକୁ ନିଜ ଅଞ୍ଚଳ ଭାବେ ନେବାର ଦୁଃସାହସ କଲାଣି ତେବେ ଆଉ ଡାକେ ବାଟରେ ଥିବା ପଟ୍ଟାଙ୍ଗିକୁ ଆପଣାଇ ନେବା ସେମାନଙ୍କ ପକ୍ଷେ ଅସମ୍ଭବ ନୁହେଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

କୋରାପୁଟରୁ ସି ଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.