ETV Bharat / state

ଭୁବନେଶ୍ୱରରେ ପ୍ରଦର୍ଶିତ ହେବ ଆଦିବାସୀ ମହିଳାଙ୍କ କଳାକୃତି

author img

By

Published : Mar 3, 2022, 6:57 AM IST

କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମହିଳାଙ୍କୁ ନେଇ ଓଡ଼ିଶା ଲଳିତ କଳା ଏକାଡେମୀରେ ବୁଧବାର ଠାରୁ ଦୁଇ ଦିନିଆ ଚିତ୍ରକଳା କର୍ମଶାଳା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ପ୍ରଦର୍ଶିତ ହେବ ଆଦିବାସୀ ମହିଳା କଳାକାରଙ୍କ କୃତି

କୋରାପୁଟ: ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମହିଳାଙ୍କୁ ନେଇ ଓଡ଼ିଶା ଲଳିତ କଳା ଏକାଡେମୀରେ ବୁଧବାର ଠାରୁ ଏକ ଦୁଇ ଦିନିଆ ଚିତ୍ରକଳା କର୍ମଶାଳା ଆରମ୍ଭ ହୋଇଯାଇଛି । ଏହି କର୍ମଶାଳାରେ ଭାଗ ନେଇଥିବା 30 ଜଣ ଆଦିବାସୀ ମହିଳା କଳାକାର ସେମାନଙ୍କ ନିଜ ଭାବନାରେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାକୁ କାନଭାସ ଉପରେ ଚିତ୍ର ଆଙ୍କି ପ୍ରକାଶ କରିବେ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ ପଞ୍ଚାନନ ସାମଲ ଜଣାଇଛନ୍ତି ।

ସେମାନଙ୍କ ଦ୍ୱାରା ପ୍ରସ୍ତୁତ କାନଭାସକୁ ପ୍ରଥମେ କୋରାପୁଟର ଆଞ୍ଚଳିକ କଳା ପ୍ରଦର୍ଶନ କେନ୍ଦ୍ରରେ ପ୍ରଦର୍ଶିତ କରିବା ପରେ ଏହି ସମସ୍ତ କଳାକୃତିକୁ ଭୁବନେଶ୍ୱରରେ ପ୍ରଦର୍ଶିତ କରାଯିବ ବୋଲି ସାମଲ ଜଣାଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିମଧ୍ୟରୁ କିଛି ଉନ୍ନତ ମାନର କୃତିକୁ ଏକାଡେମୀ ତରଫରୁ ଜାତୀୟ ସ୍ତରକୁ ପ୍ରେରଣ କରିବାର ଯୋଜନା ରହିଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହନ ମିଳିବ ବୋଲି ସାମଲ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.