କୋରାପୁଟ: ଶୁକ୍ରବାର କୋରାପୁଟ ଜିଲ୍ଲାରେ କ୍ରମାଗତ ଭାବେ ଦ୍ଵିତୀୟ ଦିନରେ 66 ଜଣ କୋରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଗୁରୁବାର ମଧ୍ୟରାତ୍ରିଠାରୁ 48 ଘଣ୍ଟା ଅର୍ଥାତ ଅଗଷ୍ଟ 1 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ସଟଡାଉନ ଘୋଷଣା କରାଯାଇଛି ।
ଏଥି ସହିତ ଯେଉଁମାନେ ନିଜ ସ୍ୱାବ୍ ପରୀକ୍ଷା କରିବା ପାଇଁ ଦେଉଛନ୍ତି ସେମାନେ ରିପୋର୍ଟ ପାଇବା ପର୍ଯ୍ୟନ୍ତ ନିଜକୁ ସ୍ବେଚ୍ଛାକୃତ ଭାବେ କ୍ୱାରଣ୍ଟାଇନରେ ରଖିବାକୁ ବାଧ୍ୟ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ଏସଓପି ଜାରିକରି କହିଛନ୍ତି । ଏ ସଂକ୍ରାନ୍ତରେ ସେହି ବ୍ୟକ୍ତି ଲିଖିତ ଆକାରରେ ଜଣାଇବେ ଓ ନିୟମ ଭାଙ୍ଗିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିିଭି ଭାରତ