ETV Bharat / state

କୋରାପୁଟରେ ଯୁକ୍ତ ଦୁଇ କଳାର 29 ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

author img

By

Published : Sep 6, 2020, 7:36 PM IST

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଫଳାଫଳ । ବହୁ ବର୍ଷ ପରେ ସରକାରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର 29 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା କୋରାପୁଟ ଜିଲ୍ଲା ପାଇଁ ଗର୍ବର ବିଷୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯୁକ୍ତ ଦୁଇ କଳାର 29 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ସହ ଉତ୍ତୀର୍ଣ୍ଣ

କୋରାପୁଟ: ଓଡିଶା ସିଏଚଏସଇ ଦ୍ୱାରା ପରିଚାଳିତ +2 କଳା ପରୀକ୍ଷାରେ ବହୁବର୍ଷ ପରେ କୋରାପୁଟର ସରକାରୀ ମହାବିଦ୍ୟାଳୟର 29 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟ ପାଇଁ ଗର୍ବ ଆଣିଦେଇଛନ୍ତି । ମହାବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ସ୍ମୃତିରେଖା ମହାନ୍ତି ।

ସ୍ମୃତିରେଖାଙ୍କ କହିବାନୁଯାୟୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ସହଯୋଗ, ପରିବାରର ପ୍ରୋତ୍ସାହନ ଓ ବ୍ୟକ୍ତିଗତ ସାଧନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଫଳତା ଆଣିଦେଇଛି । ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ଅଧ୍ୟାପକ ପଦବୀ ପୂରଣ କରାଯାଇଥିବା ଯୋଗୁଁ ମହାବିଦ୍ୟାଳୟର ଫଳାଫଳରେ ଉନ୍ନତି ଘଟିଥିବା ଅଧ୍ୟାପକ ମନୋରଞ୍ଜନ ନାୟକ ଜଣାଇଛନ୍ତି ।

ଚଳିତ ବର୍ଷ ସମୁଦାୟ 205 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ 29, ଦ୍ଵିତୀୟ ଶ୍ରେଣୀରେ 32 ଓ ତୃତୀୟ ଶ୍ରେଣୀରେ 107 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.