ETV Bharat / state

କୋରାପୁଟରେ ଅନିୟମିତ ବର୍ଷା, କୋଲାବ ଜଳଭଣ୍ଡାରରେ ବଢୁଛି ଚିନ୍ତା - କୋଲାବ ଜଳଭଣ୍ଡାରରେ ବଢୁଛି ଚିନ୍ତା

ଦିନ ଥିଲା କୋରାପୁଟ ଅଞ୍ଚଳକୁ ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିଲା । ବର୍ଷକୁ ଛଅ ମାସ ଝିପିରି ଝିପିରି ବର୍ଷା ଲାଗି ରହୁଥିଲା । କିନ୍ତୁ ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମିଥିବା ବେଳେ ତାର ଅନିୟମିତ ଧାରା ପାହାଡ଼ ପର୍ବତ ସମେତ ସମତଳ ଭୂଇଁରେ ଜଳଧାରଣ କ୍ଷମତାକୁ ପ୍ରଭାବିତ କରିଛି । ଅଧିକ ପଢନ୍ତୁ

କୋରାପୁଟରେ ଅନିୟମିତ ବର୍ଷା, କୋଲାବ ଜଳଭଣ୍ଡାରରେ ବଢୁଛି ଚିନ୍ତା

author img

By

Published : May 6, 2022, 7:22 AM IST

କୋରପୁଟ: ଦିନ ଥିଲା କୋରାପୁଟ ଅଞ୍ଚଳକୁ ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିଲା । ବର୍ଷକୁ ଛଅ ମାସ ଝିପିରି ଝିପିରି ବର୍ଷା ଲାଗି ରହୁଥିଲା । କିନ୍ତୁ ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମିଥିବା ବେଳେ ତାର ଅନିୟମିତ ଧାରା ପାହାଡ଼ ପର୍ବତ ସମେତ ସମତଳ ଭୂଇଁରେ ଜଳଧାରଣ କ୍ଷମତାକୁ ପ୍ରଭାବିତ କରିଛି ।

କୋରାପୁଟରେ ଅନିୟମିତ ବର୍ଷା, କୋଲାବ ଜଳଭଣ୍ଡାରରେ ବଢୁଛି ଚିନ୍ତା

ଫଳରେ ଭୂତଳ ଜଳସ୍ତର ମଧ୍ୟ କମିବାକୁ ଲାଗିଲାଣି । ଏହିପରି ପରିସ୍ଥିତି ଲାଗି ରହିଲେ କୋରାପୁଟ ଅଞ୍ଚଳ ପାଇଁ ଭବିଷ୍ୟତରେ ଜଳସଙ୍କଟ ଏକ ଭୟଙ୍କର ସମସ୍ୟା ଭାବେ ଦେଖାଯାଇପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ୧୨୪୦ ବର୍ଗ କିଲୋମିଟରରେ ବ୍ୟାପ୍ତ କୋଲାବ ଜଳଭଣ୍ଡାରକୁ ପାଣି ଆସିବା ଅପେକ୍ଷା ନାଲକୋ ଏବଂ ହାଲ ଭଳି ଗଢି ଉଠିଥିବା ଶିଳ୍ପ ସମେତ ଏହି ଅଂଚଳରେ ବୃଦ୍ଧି ପାଇଥିବା ଜନସଂଖ୍ୟା ଯୋଗୁଁ ଏଥିରୁ ପାଣି ଉଠାଇନେବାର ପରିମାଣ ବୃଦ୍ଧି ପାଇବା ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଇଛି । କୋଲାବ ଜଳଭଣ୍ଡାର ବାଲି ଓ ମାଟିରେ ପୋତି ହୋଇଗଲେ ଏହି ସମସ୍ତ ଶିଳ୍ପାଞ୍ଚଳ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହେବ ବୋଲି ସୁନାବେଡ଼ା ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି ।

କୋଲାବ ସମେତ ଏହି ଅଂଚଳରେ ଥିବା ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଜଳଭଣ୍ଡାରରେ ଜଳଯୋଗାଉଥିବା ପାରିପାର୍ଶ୍ବିକ ଅଂଚଳର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଜଳଭଣ୍ଡାର ଗୁଡିକରେ ପାହାଡ଼ ଉପରୁ ଧୋଇହୋଇ ଆସୁଥିବା ମାଟି ଅଧିକରୁ ଅଧିକ ମାତ୍ରାରେ ଭର୍ତ୍ତି ହେଉଛି । ଫଳରେ ଜଳଭଣ୍ଡାର ଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯାଉଥିବା ସୁନାବେଡା ସ୍ଥିତ ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାର ଗବେଷକ ଜ୍ୟୋତିର୍ମୟୀ ଲେଙ୍କା ମତ ରଖିଛନ୍ତି । ଜଳବାୟୁ ପରିବର୍ତ୍ତନ ସହ ଏହି ଅଞ୍ଚଳରେ ବ୍ୟାପକ ମୃତ୍ତିକା କ୍ଷୟ ଘଟୁଥିବା ଯୋଗୁଁ ସରକାରଙ୍କ ପକ୍ଷରୁ କ୍ୟାଚମେଣ୍ଟ ଏରିଆରେ ମୃତ୍ତିକା ସଂରକ୍ଷଣ ସହିତ ବୃଷ୍ଟିକୁ ପ୍ରଭାବିତ କଲାଭଳି ବୃକ୍ଷରୋପଣ କରିବାର ଆବଶ୍ୟକ ଥିବା ବିଶେଷଜ୍ଞ ମତ ବ୍ୟକ୍ତ କରିଛନ୍ତି ।

ତେବେ କୋଲାବ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଶତୃଘ୍ନ ମହାରଣା କୋଲାବ ଜଳଭଣ୍ଡାରରେ ମାଟି ଓ ବାଲି ଜମିଥିବା କଥାକୁ ସ୍ୱୀକାର କରୁଥିଲେ ହେଁ ପରିସ୍ଥିତି ବିପଦଜନକ ସ୍ଥିତିରେ ନଥିବା ଜଣାଇଛନ୍ତି । ଅପରପକ୍ଷରେ ଗତ କିଛିଦିନ ପୂର୍ବେ କୋରାପୁଟ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକଙ୍କ ଏସଂକ୍ରାନ୍ତରେ ପ୍ରଶ୍ନର ଉତ୍ତର ଦେଇ ଜଳଭଣ୍ଡାରରେ ବାଲି ମାଟି ଜମିବା ଓ ନିଷ୍କାସନ ହେବା ଏକ ସାଧାରଣ ପ୍ରକ୍ରିୟା ବୋଲି ମନ୍ତବ୍ୟ ଦେଇ ବିଷୟକୁ ହାଲୁକା କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ସମୟ ଥାଉଣୁ ଉଚିତ୍‌ ପଦକ୍ଷେପ ନ ନେଲେ କୋଲାବ ଜଳଭଣ୍ଡାରରୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି ଇଂଜିନିଅର ସୁନୀଲ ବିଶ୍ବାଳ ଆଶଙ୍କା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.