ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ, ପୁନଃରୁଦ୍ଧାର ଦାବି - ଜୟପୁର ସୂର୍ଯ୍ୟ ମହଲ

ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ସୂର୍ଯ୍ୟ ମହଲ ଏବେ ସତ୍ତା ହରାଇଛି । ଇତିହାସ ବହିରେ ସୀମିତ ହୋଇ ରହିଯିବ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ସୂର୍ଯ୍ୟ ମହଲ । ଅଧିକ ପଢନ୍ତୁ

ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ
ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ
author img

By

Published : Sep 4, 2022, 4:21 PM IST

କୋରାପୁଟ: ଓଡ଼ିଶାର ଇତିହାସ ପୃଷ୍ଠାରେ ଏକ ବିଶିଷ୍ଟ ସ୍ଥାନ ଅଳଙ୍କୃତ କରିଛି ଜୟପୁର ସାମ୍ରାଜ୍ୟ । ନାଁ ଥିବା ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ଏବେ ସତ୍ତା ହରାଇଛି । ଇତିହାସ ବହିରେ ସୀମିତ ହୋଇ ରହିଯିବ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି । ରାଜା ରାଜୁଡ଼ା ଶାସନ ସ୍ଥାନରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରଚଳନ ହେବା ପରେ ଜୟପୁରରେ ଥିବା ରାଜ ଉଆସ ଗୁଡ଼ିକ ଅବହେଳାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଶହେ ବର୍ଷ ପୂର୍ବେ ଯେଉଁ ସୂର୍ଯ୍ୟ ମହଲ ମହାରାଜଙ୍କ କୀର୍ତ୍ତି ସୌର୍ଯ୍ୟକୁ ବର୍ଣ୍ଣନା କରୁଥିବା ଏକ ସଂଗ୍ରହାଳୟ ଥିଲା ଆଜି ସେହି ମହଲ ଏବେ ଜରାର୍ଜୀର୍ଣ୍ଣ ଅବସ୍ଥାରେ ।

ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ
ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ

ମହଲ ଉପରେ ଗଛ ଲତା ମାଡି ଗଲାଣି । ଶିଉଳିରେ ଭର୍ତ୍ତି ମହଲ କାନ୍ଥ ଆଉ ମହଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୋଚର ଜମିର ଭମ୍ର ସୃଷ୍ଟି କରୁଛି । ମହଲର ଏକ ପାର୍ଶ୍ବ ସୁଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିଛି । ଭଗ୍ନ ଅବସ୍ଥାରେ ଦୟନୀୟ ସ୍ଥିତିରେ ଅବହେଳିତ ହୋଇ ପଡିଛି ସୂର୍ଯ୍ୟ ମହଲ । ନିକଟରେ ଥିବା ଏକ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଖରେ ଓଡ଼ିଶା ମାଟିର ଯୋଗ୍ୟ ଦାୟଦଙ୍କ ହାତରେ କିପରି କୋରାପୁଟ ଅଞ୍ଚଳର ଐତିହ୍ୟ ମାଟିରେ ମିଶି ଯାଉଛି ତାର ଜ୍ବଳନ୍ତ ଉଦାହରଣ ଉପସ୍ଥାପନ କରୁଛି । ମହାରାଜା ବିକ୍ରମ ଦେଓ ମହାରାଜଙ୍କ ସ୍ମୃତିରେ ଏହି ସୂର୍ଯ୍ୟ ମହଲ ନିକଟରେ 1927ରେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ବିକ୍ରମ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାନିତ କରିଥିବା ସ୍ଥାନଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ

ଏହା ବି ପଢନ୍ତୁ...OTDCକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ

ସୂର୍ଯ୍ୟ ମହଲର କାନ୍ଥ ଭୁଶୁଡ଼ି ଯିବା ପରେ ଏହି ପ୍ରତିମୂର୍ତ୍ତି ଓ ତାର ସ୍ଥାନଟିର ପୁନଃରୁଦ୍ଧାର କାର୍ଯ୍ୟ ରାଜ ପରିବାର ତରଫରୁ ଆରମ୍ଭ କରାଯାଇଛି । ଏହି ସମସ୍ତ ସମ୍ପତ୍ତି ରାଜପରିବାର ଅଧୀନରେ ଥିବା ଯୋଗୁଁ ସରକାରଙ୍କ ଦ୍ଵାରା ଏହାର ରକ୍ଷଣାବେକ୍ଷଣ କରାଯାଇ ପାରୁନଥିବା ସରକାରୀ ଅଧିକାରୀ କହିଥିବାବେଳେ, ରାଜପରିବାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବରୁ ଜିଲ୍ଲାର ଇତିହାସକୁ ବହନ କରିଥିବା ରାଜ ମହଲ ଗୁଡ଼ିକ ଅବହେଳାର ଶିକାର ହୋଇଯାଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ ପ୍ରାସାଦ ଗୁଡ଼ିକର ସୁରକ୍ଷା ଓ ପୁନଃରୁଦ୍ଧାର ଦାବି ହୋଇଛି ।

ସୂର୍ଯ୍ୟମହଲର ଜରାଜୀର୍ଣ୍ଣ ଅବସ୍ଥା ନେଇ ଗବେଷକ କହିଛନ୍ତି, "ବ୍ରିଟିଶ ଅମଳରୁ ଏଠାକୁ ପର୍ଯ୍ୟଟକ ଆସୁଥିଲେ । ପରବର୍ତ୍ତୀ ସମୟରେ ଏହା ଏକ ବ୍ୟାଙ୍କକୁ ଭଡା ଆକାରରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହାର କୌଣସି ମରାମତି ହୋଇନଥିଲା । ବ୍ୟାଙ୍କ ଛାଡିବା ପରେ ସେବେଠୁ ଏହା ଅବହେଳିତ ହୋଇ ପଡିରହିଛି । ଧିରେ ଧିରେ ବିଲୀନ ହେବାକୁ ବସିଛି ସବୁ ରାଜପ୍ରସାଦ।'' ରାଜ ସରକାର ଏ ଦିଗରେ ଦୃଷ୍ଟି ହେଇ ରକ୍ଷଣାବେକ୍ଷଣ ନେଇ ଦାବି କରିଛନ୍ତି ଗବେଷକ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.