ETV Bharat / state

ଲଢୁଆ ସମ୍ପ୍ରଦାୟ ଦୁରୁଆ, ନୃତ୍ୟ ସଙ୍ଗୀତରେ ତାଙ୍କର ଅନନ୍ୟ ପ୍ରତିଭା

ଓଡିଶାର ଏକ ପୁରାତନ ଜନଜାତି ଦୁରୁଆ, ଦେଖିବାକୁ ଯେମିତି ଭିନ୍ନ ସେମାନଙ୍କ ଚାଲିଚଳଣି, ରହଣି, ଖାଦ୍ୟପେୟ ସେମିତି ଅନନ୍ୟ । ଅଧିକ ପଢନ୍ତୁ...

author img

By

Published : Nov 16, 2020, 8:03 AM IST

ଲଢୁଆ ସମ୍ପ୍ରଦାୟ ଦୁରୁଆ, ନୃତ୍ୟସଙ୍ଗୀତରେ ତାଙ୍କର ଅନନ୍ୟ ପ୍ରତିଭା

କୋରାପୁଟ: ଓଡିଶାର ଏକ ପୁରାତନ ଜନଜାତି ଦୁରୁଆ, ଦେଖିବାକୁ ଯେମିତି ଭିନ୍ନ ସେମାନଙ୍କ ଚାଲିଚଳଣି, ରହଣି, ଖାଦ୍ୟପେୟ ସେମିତି ଅନନ୍ୟ । ସେମାନଙ୍କ ନୃତ୍ୟ-ସଙ୍ଗୀତ ବିଶ୍ବ ଦରବାରରେ ପାଇଛି ସ୍ବତନ୍ତ୍ର ପରିଚୟ । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଯୀବିକା ନିର୍ବାହ କରନ୍ତି । ବାଉଁଶକୁ ବିଭିନ୍ନ ରୂପ ଦେବାରେ ସେମାନେ ପାରଙ୍ଗମ । ଝୁଡିଠାରୁ ଆରମ୍ଭ କରି କୁଲା, ଚାଙ୍ଗୁଡି ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ତି ଦୁରୁଆ ଏବଂ ଏହାହିଁ ଏମାନଙ୍କ ଜୀବିକାର ମାଧ୍ୟମ ।

ଦୁରୁଆ ମୁଖ୍ୟତଃ କୋରାପୁଟର ଜୟପୁର, ବୋଇପାରିଗୁଡା, କୁଣ୍ଡରା ଓ କୋଟପାଡ୍ ବ୍ଲକରେ ନଜର ଆସନ୍ତି । ଦୁରୁଆଙ୍କର ମଧ୍ୟ ଅନେକ ଉପଜାତି ରହିଛି, ଯେପରିକି ସୋମା, ସୁର୍ଯ୍ୟା, ୟାଡୁ, କଦମ୍ବ, ଗାଙ୍ଗୁ, ଗାର୍ଗ ପ୍ରମୁଖ । ରାଜା ରାଜୁଡା ଶାସନ ସମୟରେ ଯୁଦ୍ଧ ହେଲେ ସର୍ବଦା ଆଗରେ ରହୁଥିଲେ ଦୁରୁଆ ସମ୍ପ୍ରଦାୟ । ଏହାସହ ଏମାନେ ଜଙ୍ଗଲ ଆଧାରିତ ଫଳମୂଳ ଖାଇ ବଞ୍ଚି ରହନ୍ତି । ଫଳ ନମିଳିଲେ ମାଣ୍ଡିଆ କିମ୍ବା ଚାଉଳ ପେଜ ଖାଇ ଗୁଜୁରାଣ ମେଣ୍ଟାନ୍ତି । ଦୁରୁଆ ମାନଙ୍କ ବେଶ ପୋଷାକ ମଧ୍ୟ ଖୁବ୍ ନିଆରା, ମୁଖ୍ୟତଃ ବାଉଁଶ ତିଆରି ପାନିଆରେ ଏମାନେ ନିଜକୁ ସଜ କରନ୍ତି ଆଉ ଗୋଟିଏ ପାନିଆ ପ୍ରସ୍ତୁତିରେ ଏମାନଙ୍କୁ 8-9 ଦିନ ସମୟ ଲାଗିଥାଏ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗହଣା କରି ପିନ୍ଧନ୍ତି ଏମାନେ ।

ତେବେ ବର୍ତ୍ତମାନର ଯୁବପିଢୀ ମଧ୍ୟ ଏହି ପରମ୍ପରାକୁ ବଞ୍ଚାଇରଖିବା ପାଇଁ ଖୁବ୍ ପ୍ରୟାସ କରୁଛନ୍ତି ଓ ଦୁରୁଆ ନୃତ୍ୟ ସଙ୍ଗୀତ ପ୍ରଶିକ୍ଷଣ ପାଇଁ ସୋରିଷପଦରେ ସ୍ଥାପନା ହେଇଛି ନୃତ୍ୟ ପ୍ରଶିକ୍ଷଣ ଶିବିର । ଏହାର ପରିଚାଳନା ପାଇଁ ସରକାର ଯୋଗାଇ ଦେଇଛନ୍ତି ଏକ ଲକ୍ଷର ଆର୍ଥିକ ସହାୟତା । ଏହାସହ ଦୁରୁଆ ନାଚ ପାଇଁ ନିର୍ମାଣ ହେଉଛି ମଞ୍ଚ, ଯେଉଁଠି ଦୁରୁଆ ଯୁବକଯୁବତୀ ନାଚଗୀତ ଶିଖିପାରିବେ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ ସମୃଦ୍ଧ ଆଦିବାସୀ ସମ୍ପ୍ରଦାୟ ହୋଇ ମଧ୍ୟ ସରକାରଙ୍କ ଏସସି-ଏସଟି କିମ୍ବା ପ୍ରାଥମିକ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଏମାନେ ଏଯାଏଁ ସାମିଲ ହୋଇପାରି ନାହାଁନ୍ତି । ଫଳରେ ସମସ୍ତ ସରକାରୀ ସୁବିଧାରୁ ଏମାନେ ବଞ୍ଚିତ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.