ETV Bharat / state

କୋରାପୁଟରେ ଆରମ୍ଭ ହେଲା ପୌର ନିର୍ବାଚନ ପ୍ରକ୍ରିୟା - କୋରାପୁଟରେ ଆରମ୍ଭ ହେଲା ପୌର ନିର୍ବାଚନ ପ୍ରକ୍ରିୟା

କୋରାପୁଟ ଜିଲ୍ଲାର ଚାରି ଗୋଟି ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ଏହି ଚାରୋଟି ପୌରାଞ୍ଚଳରେ ପରିଷଦର ଅଧ୍ୟକ୍ଷ ପଦ ପାଇଁ ସମୁଦାୟ 21 ଜଣ ପ୍ରାର୍ଥୀପତ୍ର କିଣିଥିବାବେଳେ 62 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

କୋରାପୁଟରେ ଆରମ୍ଭ ହେଲା ପୌର ନିର୍ବାଚନ ପ୍ରକ୍ରିୟା

author img

By

Published : Mar 2, 2022, 10:57 PM IST

କୋରାପୁଟ: କୋରାପୁଟ ଜିଲ୍ଲାର ଚାରି ଗୋଟି ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ଏହି ଚାରୋଟି ପୌରାଞ୍ଚଳରେ ପରିଷଦର ଅଧ୍ୟକ୍ଷ ପଦ ପାଇଁ ସମୁଦାୟ 21 ଜଣ ପ୍ରାର୍ଥୀପତ୍ର କିଣିଥିବା ବେଳେ 62 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ନେଇଥିବା ଜଣାପଡିଛି ।

କୋରାପୁଟରେ ଆରମ୍ଭ ହେଲା ପୌର ନିର୍ବାଚନ ପ୍ରକ୍ରିୟା

କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ 3 ଟି ଓ କାଉନସିଲର ପାଇଁ 9 ଟି ପ୍ରାର୍ଥୀ ପତ୍ର ବିକ୍ରି ହୋଇଥିବା ବେଳେ ଜୟପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ 6ଟି ଓ କାଉନସିଲର ପାଇଁ 13 ଟି ଏବଂ ସୁନାବେଡା ପୌରପରିଷଦର ଅଧ୍ୟକ୍ଷ ପାଇଁ 3 ଜଣ ପ୍ରାର୍ଥୀ ଓ କାଉନସିଲର ପାଇଁ 33 ଜଣ ଆବେଦନ ପତ୍ର କ୍ରୟ କରିଛନ୍ତି । ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ 5ଟି ଆବେଦନ ପତ୍ର ବିକ୍ରି ହୋଇଥିବା ବେଳେ 7 ଜଣ ପ୍ରାର୍ଥୀ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର କିଣିଥିବା ଜଣାପଡିଛି ।

ପ୍ରଥମ ଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦ୍ଵିଗୁଣିତ ହୋଇଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ନେଉଥିବା ପ୍ରାର୍ଥୀ ଖୁବ ଉତ୍ସାହିତ ଅଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.