ETV Bharat / state

ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି, ସ୍ଥିତି ପରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 23, 2022, 8:58 AM IST

Updated : Jul 23, 2022, 1:22 PM IST

ରାୟଗଡ଼ା ଜିଲ୍ଲାର କାଶୀପୁର ପରେ କୋରାପୁଟର ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି । ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ଥିତି ପରିଖିଛନ୍ତି । ଅଧିକ ପଢ଼ନ୍ତୁ

health director niranjan mishra rivewed in dasmantpur
ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି: ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରାପୁଟ: ଡରାଉଛି ଝାଡ଼ାବାନ୍ତି । ରାୟଗଡ଼ା ଜିଲ୍ଲାର କାଶୀପୁର ପରେ କୋରାପୁଟର ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ଥିତି ପରଖିଛନ୍ତି ।

ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି

ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବିଶୁଦ୍ଧ ପାନୀୟ ଜଳ ଟାଙ୍କି ସଫା କରିବା ସହ ରାସ୍ତାଘାଟର ଉଭୟ ପାର୍ଶ୍ବରେ ବ୍ଲିଚିଂ ପାଉଡର ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛିଦିନ ଧରି ରାୟଗଡ଼ା ଜିଲ୍ଲାର କାଶୀପୁର ନିକଟବର୍ତ୍ତୀ ଅଞ୍ଚଳକୁ ଲାଗିଥିବା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତିମୁଣ୍ଡା ଗ୍ରାମରେ ଝାଡାବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଛତାମ୍ୱ ଗ୍ରାମରେ 11 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ 32 ବର୍ଷୀୟ ଗର୍ଭବତୀ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

Last Updated : Jul 23, 2022, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.