ETV Bharat / state

ମଣ୍ଡିରୁ ମାଣ୍ଡିଆର ଘରବାହୁଡା, ଚିନ୍ତାରେ ଚାଷୀ - କୋରାପୁଟ

ଜିଲ୍ଲାର ବିଭିନ୍ନ ମଣ୍ଡିରୁ ମାଣ୍ଡିଆର ଘରବାହୁଡାକୁ ନେଇ ଚାଷୀ ଚିନ୍ତା ବଢିଯାଇଛି । ରାଜ୍ୟ ସରକାର ମାଣ୍ଡିଆ ମଣ୍ଡି ଖୋଲିଥିଲା । ମାତ୍ର ଏବେ ବିନା ନୋଟିସରେ ସରକାରୀ ମଣ୍ଡିକୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...

ମଣ୍ଡିରୁ ମାଣ୍ଡିଆର ଘରବାହୁଡା, ଚିନ୍ତାରେ ଚାଷୀ

author img

By

Published : Mar 6, 2021, 12:23 PM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ମଣ୍ଡିରୁ ମାଣ୍ଡିଆର ଘରବାହୁଡାକୁ ନେଇ ଚାଷୀ ଚିନ୍ତା ବଢିଯାଇଛି । କୋରାପୁଟ ଜିଲ୍ଲାର ଆଦିବାସୀ କେଉଁ ଅନାଦି କାଳରୁ ମାଣ୍ଡିଆ ଚାଷ କରି ନିଜେ ଖାଇବା ସହ ନିକଟ ବଜାରରେ ହେଉ ବା ଗାଁ ଗଣ୍ଡାକୁ ମାଣ୍ଡିଆ କିଣିବା ପାଇଁ ଆସୁଥିବା ବ୍ୟବସାୟୀଙ୍କୁ ବିକ୍ରି କରି ଦୁଃଖେ ସୁଖେ କୁଟୁମ୍ବ ଚଳାଇ ଆସୁଥିଲା । ଧାନ ଭଳି ମାଣ୍ଡିଆ ସରକାରୀ ମଣ୍ଡିରେ ବିକ୍ରି ହୋଇପାରିଲେ ତା ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରନ୍ତା ବୋଲି ସପନ ଦେଖୁଥିଲା ଚାଷୀ । ଏଥିପାଇଁ ମଧ୍ୟ ରାଜ୍ୟ ସରକାର ମାଣ୍ଡିଆ ମଣ୍ଡି ଖୋଲିଥିଲା । ମାତ୍ର ଏବେ ବିନା ନୋଟିସରେ ସରକାରୀ ମଣ୍ଡିକୁ ବନ୍ଦ କରିଦିଆଯାଇଛି ।

ମଣ୍ଡିରୁ ମାଣ୍ଡିଆର ଘରବାହୁଡା, ଚିନ୍ତାରେ ଚାଷୀ

ଗତ ବର୍ଷ ଅପେକ୍ଷା ସର୍ବ ନିମ୍ନ ସହାୟତା ମୂଲ୍ୟ ମଧ୍ୟ ବଢି 32 ଟଙ୍କା ରେ ପହଞ୍ଚିଲା । ଗତ ବର୍ଷ ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପରେ ଉତ୍ସାହିତ ହୋଇ ଚାଷୀ ଅଧିକ ଚାଷଜମିରେ ଉନ୍ନତ ମାନର ବିହନ ବ୍ୟବହାର କରି ଅମଳ ମଧ୍ୟ ବୃଦ୍ଧି କରିବାରେ ସମର୍ଥ ହେଲେ । ଏକରକୁ ସାଧାରଣ ଭାବେ 10-13 କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହେଉଥିବା ବେଳେ ସ୍ଵତନ୍ତ୍ର ଦୃଷ୍ଟି ଦେଇଥିବା ଚାଷୀଙ୍କ କ୍ଷେତରେ ଏକର ପିଛା 30 ରୁ 35 କ୍ଵିଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ ଉତ୍ପାଦନ ହୋଇଥିବା ମାଛରାର ଆଦିବାସୀ ଚାଷୀ ମଦନ କିର୍ଷାନୀ ଜଣାଇଛନ୍ତି । ସରକାର କିନ୍ତୁ ଏକର ପିଛା ଦୁଇ କ୍ଵିଣ୍ଟାଲ ହିସାବରେ ମଣ୍ଡିରେ କିଣିବା ପାଇଁ ନିଷ୍ପତ୍ତି ନେବା ଫଳରେ ଚାଷୀର ହସ ହସ ମୁହଁ ମଳିନ ପଡିଯାଇଥିଲା ।

ତଥାପି କର୍ମକୁ ଆଦରି ପାଇଥିବା ଟୋକେନ ଅନୁଯାୟୀ ମାଣ୍ଡିଆ ସଫା କରି ମଣ୍ଡିକୁ ନେବା ଆରମ୍ଭ କରିଥିବା ଚାଷୀ ପାଇଁ ହଠାତ ମଣ୍ଡି ବନ୍ଦ ହୋଇଯିବା ଖବର ମୁଣ୍ଡ ଉପରେ ଚଡକ ପକାଇଛି । ଗତ ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିଥିବା ମାଣ୍ଡିଆ ମଣ୍ଡି ଚଳିତ ବର୍ଷ ବହୁଦିନ ଆଗରୁ ବନ୍ଦ ହୋଇଯିବା ସମସ୍ୟା ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଘରେ ଘରେ ଭର୍ତ୍ତି ହୋଇ ରହିଥିବା ମାଣ୍ଡିଆକୁ ଖୋଲା ବଜାରରେ ପୁଣିଥରେ ଅଳ୍ପ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀ ଲଇଛନ ସୁକିୟା ଜଣାଇଛନ୍ତି ।

ତେବେ ରାଜ୍ୟ ସରକାର ସମଗ୍ର ରାଜ୍ୟରୁ 2 ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖି ଗତ ଜାନୁଆରୀ ମାସ ଠାରୁ ମଣ୍ଡି ଖୋଲି ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ଆରମ୍ଭ କରିଥିଲେ । ବର୍ତ୍ତମାନ ରାଜ୍ୟର ଲକ୍ଷ୍ୟ ପୂରଣ ହୋଇସାରିଥିବା ଯୋଗୁଁ ମଣ୍ଡି ଗୁଡିକୁ ବନ୍ଦ କରିଦିଆଯାଇଥିବା ମାଣ୍ଡିଆ କ୍ରୟ କରୁଥିବା ସଂସ୍ଥା ଟିଡିସିସିର ଜିଲ୍ଲା ଅଧିକାରୀ ଗଙ୍ଗାଧର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟର ଲକ୍ଷ୍ୟ ପୂରଣ ହୋଇଯାଇଥିଲେ ମଧ୍ୟ ପ୍ରତି ବ୍ଲକ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ ହୋଇନଥିବା ପରିତାପର ବିଷୟ ବୋଲି କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ କୁମାର ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଚାଷୀଙ୍କ ଦୁଃଖକୁ ବୁଝି ବିହିତ ବ୍ୟବସ୍ଥା କରାନଗଲେ ଚାଷୀକୁଳ ମାଣ୍ଡିଆ ଚାଷରୁ ମୁହଁ ମୋଡିବାର ଆଶଙ୍କା ବୃଦ୍ଧି ପାଉଥିବା ବେଳେ ନୂତନ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରି ପୁଣି ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ମହାନ୍ତି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.