ETV Bharat / state

ଅଳିଆ ଆବର୍ଜନାରେ ଅଣନିଃଶ୍ବାସୀ ଜୟପୁର - dusbin

କୋରାପୁଟ ଜୟପୁର ସହରରେ ଭର୍ତ୍ତି ହୋଇ ରହିଛି କୁଢକୁଢ ଅଳିଆ । ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ଅଞ୍ଚଳ । ଚିନ୍ତାରେ ସହରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 2, 2019, 10:16 PM IST

Updated : Jul 3, 2019, 9:27 AM IST

କୋରାପୁଟ: ଜିଲ୍ଲାର ବ୍ୟବସାୟିକ, ସାଂସ୍କୃତିକ ତଥା ଐତିହାସିକ ସହର ଜୟପୁର ଆଉ କିଛି ଦିନ ପରେ ଅଳିଆ ସହର ଭାବେ ଯେ ପରିଚିତ ହେବ ସେଥିରେ ତିଳେ ମାତ୍ର ସଙ୍କୋଚ ନାହିଁ । କାରଣ ଅଳିଆ ଆବର୍ଜନାର ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁଁ ଶ୍ବାସରୂଦ୍ଧ ହୋଇଉଠିଛି ପୁରା ସହର । ଉପକଣ୍ଠରେ ଥିବା ମକାପୁଟ ଠାରେ ବିସ୍ତୃତ ପରିସର ବ୍ୟାପି ଅଞ୍ଚଳରେ ରହିଛି ପୌରାଞ୍ଚଳର ଅଳିଆଗଦା । ଅଳିଆର ପୃଥକୀକରଣ କରିବା ତ ଦୂରର କଥା ଏନେଇ ପୌର ପରିଷଦ ଆଖିବୁଜି ଦେଇଥିବା ଭଳି ମନେହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବହୁଦିନ ଧରି ପଡିରହିଥିବା ଅଳିଆ ମାଟିରେ ଦବିଯାଇ ଏଠି ସେଠି ଜମିରହୁଛି ପାଣି । ଏହା ଦ୍ବାରା ବିଭିନ୍ନ ରୋଗ ବ୍ୟାପୁଥିବାବେଳେ ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶେଷକରି ସହରର ଗର୍ବ ଓ ଗୌରବ ଜଗନ୍ନାଥ ସାଗର ନିକଟସ୍ଥ ନାଳ କଡରେ ଯେଉଁଭଳି ଅଳିଆ ଜମିରହୁଛି, ଫଳରେ ଜଗନ୍ନାଥ ସାଗରରେ ପ୍ରଦୂଷଣର ସ୍ତର ବଢୁଥିବା ଅଭିଯୋଗ କରିଛନ୍ତି ଜୟପୁର ମ୍ୟୁନସିପାଲିଟିର ପୂର୍ବତନ କାଉନସିଲର ସୁରେଶ ଦାସ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାର ବ୍ୟବସାୟିକ , ସାଂସ୍କୃତିକ ତଥା ଐତିହାସିକ ସହର ଜୟପୁର ଅଳିଆ ଆବର୍ଜନାର ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁଁ ସ୍ବାସରୂଦ୍ଧ ହୋଇଉଠିଛି ।Body:ସହରର ଉପକଣ୍ଠରେ ଥିବା ମକାପୁଟ ଠାରେ ବିସ୍ତୃତ ପରିସର ବ୍ୟାପି ଅଂଚଳରେ ରହିଛି ପୋୖରାଞ୍ଚଳର ଅଳିଆଗଦା ।ଅଳିଆର ପୃଥକୀକରଣ କରିବାତ ଦୂରର କଥା ଅଳିଆର ବୟସ ପ୍ରତି ମଧ୍ୟ ପୌର ପରିଷଦ ଆଖିବୁଜି ଦେଇଥିବା ଭଳି ମନେହୁଏ । ବହୁଦିନ ବିତିଯାଇଥିବା ଅଳିଆ ମାଟିରେ ଦବିଯାଇ ଏଠି ସେଠି ପାଣି ଜମିରହିବା ପାଇଁ ଯଥେଷ୍ଟ କ୍ଷେତ୍ର ସୃଷ୍ଟି କରିଛି । ଯେକେହି ଦଣ୍ଡେ ଠିଆହେଲେ ଦେହମୁଣ୍ଡ ମାଛି ଓ ମଶାରେ ଭରିଯାନ୍ତି ।ସହରର ସ୍ୱାସ୍ଥ୍ୟ ପାଇଁ ଏହା କେତେଦୂର ବିପଦ ଆଣିଦେଉଛି ତାହା ଗବେଷଣା ସାପେକ୍ଷ ହୋଇଥିବା ବେଳେ ସହରର ଏଠି ସେଠି ଅଳିଆ ପଡି ରହିବା ଜନସାଧାରଣଙ୍କ ପାଈଁ ଚିନ୍ତାର ବିଷୟ ପାଲଟିଯାଇଛି । ବିଶେଷ କରି ସହରର ଗର୍ବ ଓ ଗୌରବ ଜଗନ୍ନାଥ ସାଗର ନିକଟସ୍ଥ ନାଳ କଡରେ ଯେଉଁଭଳି ଅଳିଆ ଜମିରହୁଛି , ତାହା ଫଳରେ ଜଗନ୍ନାଥ ସାଗରରେ ପ୍ରଦୂଷଣର ସ୍ତର ବଢୁଥିବା ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଚିଫ ମେନେଜର ତଥା ଜୟପୁର ମୁନିସିପାଲିଟି ର ପୂର୍ବତନ କାଉନସିଲର ସୁରେଶ ଦାସ । Conclusion:ରାସ୍ତାକଡ଼ ରେ ଗଦାଇଦେଉଥିବା ଅଳିଆ ନାଳରେ ପଡୁଛି ଓ ସଫେଇ କର୍ମଚାରୀ ନାଳ ଭିତରୁ ବାହାରକରି ନାଳର ଅପରପଟେ ସାଗରର ହୁଡା ନିକଟରେ ପୁଣିଥରେ ରଖିଦେଇଯାଉଥିବା ଯୋଗୁଁ ଜଗନ୍ନାଥ ସାଗରର ଜଳ ଦୂଷିତ ହେବାର ସମ୍ଭାବନା ବଢିଯାଇଛି ବୋଲି ସେ କହିଛନ୍ତି ।
........
Byte : Dr.Suresh Das , Former Councillor , Jeypore
P2C : Ch.Santakar
.......…
ଶାନ୍ତାକାର
କୋରାପୁଟ
..........
Last Updated : Jul 3, 2019, 9:27 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.