ETV Bharat / state

ରାତି ତମାମ ଦେଶିଆ ନାଟରେ ଝୁମିଲେ ଆଦିବାସୀ ଆବାଳ ବୃଦ୍ଧ ବନିତା

କଳାକାରଙ୍କ ସହ ଝୁମୁଛନ୍ତି ଦର୍ଶକ । ରାତି ପାହିଯାଉଛି ହେଲେ କିନ୍ତୁ କଳାକାର ମଞ୍ଚ ଉପରେ ସେମିତି ସତେଜ ରହି ଅଭିନୟ କରିଚାଲିଥାନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 25, 2023, 10:33 PM IST

କଳାକାରଙ୍କ ସହ ଝୁମୁଛନ୍ତି ଦର୍ଶକ
କଳାକାରଙ୍କ ସହ ଝୁମୁଛନ୍ତି ଦର୍ଶକ
କଳାକାରଙ୍କ ସହ ଝୁମୁଛନ୍ତି ଦର୍ଶକ

କୋରାପୁଟ: ରାତି ତମାମ ଚାଲୁଛି ମୁକ୍ତ ଆକାଶ ତଳେ କଳାକାରଙ୍କ ଅଭିନୟ । କଳାକାରଙ୍କ ସହ ଝୁମୁଛନ୍ତି ଦର୍ଶକ । ରାତି ପାହିଯାଉଛି ହେଲେ କିନ୍ତୁ କଳାକାର ମଞ୍ଚ ଉପରେ ସେମିତି ସତେଜ ରହି ଅଭିନୟ କରିଚାଲିଥାନ୍ତି । ଦର୍ଶକ ମଧ୍ୟ ସେମିତି ମଞ୍ଚ ସମ୍ମୁଖରେ ଚାଦର ଓ ଉଷୁମ ବସ୍ତ୍ରରେ ଘୋଡାଇ ହୋଇ ନାଟର ଆନନ୍ଦ ନେଉଥାନ୍ତି । ମଞ୍ଚକୁ ଛାଡିଦେଲେ ଦର୍ଶକଙ୍କ ପାଇଁ ଛାତ ନଥାଏ । ଖରା ଦିନର ଉଷୁମ ରାତି ହେଉ ବା ହାଡ ଥରାଇ ଦେଉଥିବା କୋରାପୁଟିଆ ଶୀତର ରଜନୀ । ପ୍ରତିବର୍ଷ ଭଳି କୋରାପୁଟ ଅଞ୍ଚଳର ଗିରି କନ୍ଦର ମଧ୍ୟରେ ବାସ କରୁଥିବା ଆଦିବାସୀ ଜନଜାତିର ଆବାଳ ବୃଦ୍ଧ ବନିତା ଦଶହରା ଉତ୍ସବରେ ସାମିଲ ହେବା ପାଇଁ ଆସି ପୋଲିସ ପଡିଆରେ ସ୍ଥାପିତ ପୂଜା ପେଣ୍ଡାଲ ଠାରେ ଆଦିବାସୀ ନାଟକ ଦେଖିବା ପାଇଁ ରାତି ତମାମ ରହି ଆଜି ସକାଳୁ ଘରକୁ ଫେରିଛନ୍ତି ।

ବାସ୍ତବ ଜୀବନରେ ଆଧାରିତ ଏହି ଦେଶିଆ ନାଟ କେବଳ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ନୁହେଁ ବରଂ ବର୍ତ୍ତମାନର ସମସ୍ୟା ଓ ସମ୍ଭାବନା ସମ୍ଭନ୍ଧରେ ଉପସ୍ଥାପନ କରୁଛି ଜୀବନ୍ତ କାହାଣୀ । ଯାହା କୋରାପୁଟିଆ ଆଦିବାସୀଙ୍କ ପରମ୍ପରା, କଳା ସଂସ୍କୃତି ଏବଂ ପରିଚୟର ପ୍ରତୀକ ସାଜିଛି । ପୀଢିପୀଢି ଧରି ଚାଲିଆସିଥିବା ଏହି କଳାକୁ ପ୍ରଦର୍ଶିତ କରିବାରେ କଳାକାର ଯେତିକି ଆନନ୍ଦ ପାଉଛନ୍ତି ଦର୍ଶକ ମଧ୍ୟ ଟିଭି ଏବଂ ସିନେମାକୁ ପଛରେ ପକାଇ ନିଜ ପରିବାର ସହ ପାରମ୍ପରିକ ନାଟର ଆନନ୍ଦ ନେଉଛନ୍ତି ।ତେବେ ଦେଶିଆ ନାଟର ପ୍ରଦର୍ଶନ ଯେତିକି ନିଆରା ଏହାର ପ୍ରସ୍ତୁତି ମଧ୍ୟ ସେତିକି ଶ୍ରମସାପେକ୍ଷ । ନାଟ୍ୟଗୁରୁଙ୍କ ପ୍ରାଧାନ୍ୟତାକୁ ବହନ କରୁଥିବା ଏହି କଳାତ୍ମକ ପ୍ରସ୍ତୁତି ମାସ ମାସର ଅଧ୍ୟବସାୟ ଓ ସାଧନାର ଫଳକୁ ପରିପ୍ରକାଶ କରିଥାଏ ।

ଏହାମଧ୍ୟ ପଢନ୍ତୁ...ମେଲାଣି ନେଉଛନ୍ତି ମା', ଦଳ ମତ ନିର୍ବିଶେଷରେ ଏକାଠି ହେଲେ କଟକବାସୀ

ନୂତନ ବହି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି କଳାକାରଙ୍କୁ ରାତି ଦିନ ଏକ କରି ନିର୍ଦ୍ଦେଶନା ଦେବା ପର୍ଯ୍ୟନ୍ତ ନାଟଗୁରୁମାନେ ଦେଶିଆ ନାଟ ପ୍ରତି ସେମାନଙ୍କ ଆକର୍ଷଣ ଓ ସମର୍ପଣର ଭାବକୁ ପ୍ରକାଶ କରିଥାନ୍ତି । ତେବେ ଆଜିକାଲିର ସମାଜରେ କଳା ଓ କଳାକାରଙ୍କ ଚାହିକା କମିବାରେ ଲାଗିଛି । ମୋବାଇଲ ଯୁଗରେ ଲୋକେ ନାଟକ ଦେଖିବାକୁ ମନ ବଳାଉ ନାହାନ୍ତି । ଫଳେରେ ନାଟକକୁ ପେଷା କରିଥିବା କଳାକାରଙ୍କ ପକ୍ଷରେ ଗୁଜୁରାଣ ଗୁଜୁରାଣ ମେଣ୍ଟାଇ କଷ୍ଟକର ହୋଇ ପଡୁଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.