ETV Bharat / state

ଦେଓମାଳିରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ

author img

By

Published : Feb 2, 2021, 9:44 PM IST

କୋରାପୁଟ ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ ନିଷେଧ କରି ଧାରା 144 ଜାରି କରିିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

deomali 144 imposed
ଦେଓମାଳିରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ

କୋରାପୁଟ: ଦେଓମାଳିରେ 144 ଧାରା ଜାରି । ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି ।

ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରି ଯାପନ କରୁଥିବା ଦେଖାଯାଇଛି । ସେମାନଙ୍କ ରାତ୍ରିଯାପନର ଉଦ୍ଦେଶ୍ୟ ଓ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଜଣାପଡୁନାହିଁ । ତେଣୁ କୌଣସି ଅଘଟଣର ଆଶଙ୍କା କରାଯାଇ ସେହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ରାତ୍ରି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଥାଉକି ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ପର୍ବତ ହେଉଛି ଦେଓମାଳି । ଏଠାକାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏଠାରେ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଆସିଥାନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.