ETV Bharat / state

ଯବାନଙ୍କ ମୁଦ୍ରା ସଂଗ୍ରହ ନିଶା, ସଂଗ୍ରହ କଲେଣି 2000ରୁ ଊର୍ଦ୍ଧ୍ବ ମୁଦ୍ରା

author img

By ETV Bharat Odisha Team

Published : Oct 12, 2023, 9:22 PM IST

କୋରପୁଟରେ ମୁଦ୍ରା ପ୍ରଦର୍ଶନୀ । ବିଭିନ୍ନ ଦେଶ ବିଦେଶର ମୁଦ୍ରା ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା । ଅଧିକ ପଢନ୍ତୁ

କୋରାପୁଟରେ ମୁଦ୍ରା ପ୍ରଦର୍ଶନୀ , ମୁଦ୍ରା ସଂଗ୍ରହ ନିଶାେରେ ଜବାନ

କୋରାପୁଟ: ବିଭିନ୍ନ ଦେଶର ମୁଦ୍ରା ସମ୍ପର୍କରେ ଜ୍ଞାନ ଅର୍ଜନ ଏବଂ ମୁଦ୍ରା ସଂଗ୍ରହ ହେଉଛି ଏକ ଆକର୍ଷଣୀୟ ହବି ଯାହା ନ୍ୟୁଜିମାଟିକ୍ସ ଭାବରେ ଜଣାଶୁଣା । ସଶସ୍ତ୍ର ବାହିନୀର କାର୍ଯ୍ୟରତ ମିତେଶ ରଞ୍ଜନ ସାହୁ ମୁଦ୍ରା ସଂଗ୍ରହ ନିଶାରେ ପଡିଛନ୍ତି । ସେ ଦୀର୍ଘ 25 ବର୍ଷ ହେବ ଏହି ମୁଦ୍ରା ସଂଗ୍ରହ କରୁଛନ୍ତି । ସେ ବର୍ତ୍ତମାନ କୋରାପୁଟ ମଣ୍ଡଳ କାରାଗାରରେ ନିୟୋଜିତ ଅଛନ୍ତି । ଆଜି ମିତେଶ ସଂଗୃହିତ ମୁଦ୍ରାଗୁଡିକୁ କୋରପୁଟ ସ୍ଥିତ ଏକ ଶିକ୍ଷା କେନ୍ଦ୍ରରେ ପ୍ରଦର୍ଶିତ କରିଛନ୍ତି । ଏହି ମୁଦ୍ରା ପ୍ରଦର୍ଶନୀ ଦେଖିବା ପାଇଁ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମୁଦ୍ରା, ତାର ପ୍ରକାର ଭେଦ ଓ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ମିତେଶ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ, ସେହି ସମୟରେ ଦୁବାଇରେ କାର୍ଯ୍ୟରତ ଜଣେ ସମ୍ପର୍କୀୟ ଆଣିଦେଇଥିବା କିଛି ବିଦେଶୀ ମୁଦ୍ରା ତାଙ୍କ ମଧ୍ୟରେ ମୁଦ୍ରା ସଂଗ୍ରହ କରିବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଦୀର୍ଘ 25 ବର୍ଷ ଧରି ମୁଦ୍ରା ସଂଗ୍ରହ କରିଆସୁଛନ୍ତି । ବର୍ତ୍ତମାନ ସୁଧା ସେ ଦେଶ ବିଦେଶର 2000ରୁ ଊର୍ଦ୍ଧ୍ବ ମୁଦ୍ରା ସଂଗୃହିତ କରିପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଦେଶ ବିଦେଶ ମୁଦ୍ରା ସଂଗ୍ରହ ନିଶାରେ ବାଲାଜୀ, ଘରେ ତିଆରି କରିଛନ୍ତି ମୁଦ୍ରା ମ୍ୟୁଜିୟମ

ଭାରତ ବର୍ଷର ବିଭିନ୍ନ ରାଜାରାଜୁଡା ସମୟରେ,ପ୍ରାକ ସ୍ବାଧୀନତା ସମୟରେ ବ୍ରିଟିଶ ଶାସିତ ଅଞ୍ଚଳ ତଥା ପର୍ତ୍ତୁଗୀଜ ଶାସିତ ଅଞ୍ଚଳରେ ପ୍ରଚଳିତ ମୁଦ୍ରାକୁ ସଂଗ୍ରହ କରିବାରେ ମିତେଶ ସମର୍ଥ ହୋଇଛନ୍ତି । ବିଦେଶକୁ ଯାଉଥିବା ଜଣାଶୁଣା ବ୍ୟକ୍ତିଙ୍କୁ ଅନୁରୋଧ କରିବା ସହିତ ବିଦେଶରୁ ଏଠାକୁ ଆସୁଥିବା ବିଦେଶୀଙ୍କ ଠାରୁ ଟୁରିଷ୍ଟ ଗାଇଡ଼ଙ୍କ ମାଧ୍ୟମରେ ବିଦେଶୀ ମୁଦ୍ରା ସଂଗ୍ରହ କରିଥିବା ସୂଚନା ମିଳିଛି ।

ଭାରତରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥାନ୍ତି ମିତେଶ । ସେ ମୁଦ୍ରା ସଂଗ୍ରହ କରି ରଖିଥିବା ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରି ହେଉ ବା କ୍ରୟ କରି ନିଜ ସଂଗ୍ରହକୁ ବୃଦ୍ଧି କରିଛନ୍ତି । ପ୍ରଦର୍ଶନୀ ମାଧ୍ୟମରେ ମୁଦ୍ରାର ପ୍ରଚଳନ, ତାର ଇତିହାସ ତଥା ବର୍ତମାନ ପ୍ରଚଳିତ ହେଉଥିବା ମୁଦ୍ରାର ଉତ୍ପତ୍ତି ସମ୍ପର୍କରେ ମିତେଶ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ । ମିତେଶ କହିଛନ୍ତି ,"ଏହି ମୁଦ୍ରା ସଂଗ୍ରହ ଦ୍ବରା ବିଭିନ୍ନ ରାଷ୍ଟ୍ରର ସମୃଦ୍ଧ ଇତିହାସ, ସଂସ୍କୃତି ଏବଂ ଚିତ୍ରକଳାକୁ ସେମାନଙ୍କର ମୁଦ୍ରା ଉପସ୍ଥାପନା ମାଧ୍ୟମରେ ଅନୁସନ୍ଧାନ କରିବାକୁ ସୁଯୋଗ ଦେଇଥାଏ । "

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.