ETV Bharat / state

କୋରାପୁଟରେ କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ - କୋରାପୁଟରେ କୋରୋନା ମୁକାବିଲା

କୋରାପୁଟରେ କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ବୈଠକ । ଅଧିକ ପଢନ୍ତୁ...

କୋରାପୁଟରେ କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

author img

By

Published : Apr 10, 2021, 10:30 PM IST

କୋରାପୁଟ: ଜିଲ୍ଲାରେ କୋଭିଡ଼ ସ୍ଥିତି ଭଲ ଅଛି । ତଥାପି କୋଭିଡ଼କୁ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରେ କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତୃଣମୂଳସ୍ତରରେ କୋଭିଡ଼ ପରୀକ୍ଷା ବୃଦ୍ଧି କରିବା ସହ ଟୀକା ପ୍ରଦାନକୁ ବ୍ୟାପକ କରାଯାଇଛି । ଯେକୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟପୁରରେ ବନ୍ଦ ପଡିଥିବା କୋଭିଡ଼ ହସ୍ପିଟାଲର ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ପ୍ରତି ବ୍ଲକରେ ଗତବର୍ଷ ଭଳି ଟିଏମସି ଖୋଲାଯିବାର ଯୋଜନା ଥିବା ଜିଲ୍ଲାପାଳ କହିଛନ୍ତି । ଆଜି(ଶନିବାର) କୋରାପୁଟରେ ଏ ସଂକ୍ରାନ୍ତରେ ଏକ ବୈଠକରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମନ୍ଦିର ଓ ହାଟକୁ ବନ୍ଦ କରିବାର କୌଣସି ଯୋଜନା ନଥିବାବେଳେ ସେଠାରେ ଜନସାଧାରଣଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.