ETV Bharat / state

ବିଶ୍ଵ ରଙ୍ଗମଞ୍ଚ ଦିବସ ଅବସରରେ କୋରାପୁଟରେ ଆଲୋଚନା ଚକ୍ର

author img

By

Published : Mar 28, 2023, 1:40 PM IST

ବିଶ୍ଵ ରଙ୍ଗମଞ୍ଚ ଦିବସ ଅବସରରେ କୋରାପୁଟରେ ଆଲୋଚନା ଚକ୍ର । ପିଲାମାନେ ନାଟକ ଓ ରଙ୍ଗମଞ୍ଚର ହୃତଗୌରବ ଫେରାଇ ଆଣିପାରିବେ ବୋଲି ମତ ରଖିଲେ ଶିକ୍ଷୟତ୍ରୀ । ଅଧିକ ପଢନ୍ତୁ

Etv Bharat
World Theater Day
World Theater Day

କୋରାପୁଟ: ବିଶ୍ଵ ରଙ୍ଗମଞ୍ଚ ଦିବସ ଅବସରରେ କୋରାପୁଟରେ ନାଟକର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । କୋରାପୁଟ ସାଂସ୍କୃତିକ ପରିଷଦ (କେସିଏସ) ଏବଂ ସେମିଳିଗୁଡା ଠାରେ ନନ୍ଦନିକ ନାଟ୍ୟ ସଂସ୍ଥା ଆନୁକୁଲ୍ୟରେ ଗତକାଲି ଏହା ଅନୁଷ୍ଠିତ ହୋଇଯାଇଥିଲା । କେସିଏସର ସମ୍ପାଦକ ଶିବ ପ୍ରସାଦ ରଥ କୋରାପୁଟ ଅଞ୍ଚଳର ବହୁ ପ୍ରତିଷ୍ଠିତ ମଞ୍ଚ କଳାକାରଙ୍କ ସ୍ମୃତି ଚାରଣ କରିଥିଲେ । ଏଥିସହ ସ୍ଵର୍ଗତ ସୂର୍ଯ୍ୟ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଆଜିର ଯୁବପିଢି ପର୍ଯ୍ୟନ୍ତ ବହୁ କଳାକାର ଜିଲ୍ଲାର ନାଟ୍ୟ ପରମ୍ପରାକୁ ଗୌରବାନ୍ଵିତ କରିଥିବା ମତ ରଖିଥିଲେ ଶିବ ପ୍ରସାଦ ରଥ ।

ଏହି ଆଲୋଚନା ଚକ୍ରରେ ''ଦମନ'' ଚଳଚିତ୍ରରେ ଅଭିନୟ କରିଥିବା କୋରାପୁଟ ଓ ମାଲକାନଗିରି ଜିଲ୍ଲାର କଳାକାରଙ୍କ ଉପସ୍ଥିତି ରେ ‘ନାଟକ ଓ ଯୁବ ପିଢି’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ସେମିଳିଗୁଡାରେ ନନ୍ଦନିକ ନାଟ୍ୟ ସଂସ୍ଥା ଦ୍ଵାରା ଆୟୋଜିତ ଆଲୋଚନା ସଭାରେ ନାଟକରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ତେବେ ମଞ୍ଚ ନାଟକ କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଗୌରବମୟ ପରମ୍ପରାକୁ ପିଲାମାନେ ବଜାୟ ରଖିଥିବା ବେଳେ ନାଟକ ମଞ୍ଚସ୍ଥ କରୁଥିବା ଛାତ୍ରଛାତ୍ରୀ ଅନ୍ୟ ମାନଙ୍କ ଅପେକ୍ଷା ବହୁ ମାତ୍ରାରେ ଅଧିକ କ୍ଷେତ୍ରରୁ ଶିକ୍ଷା ଗ୍ରହଣ କରିଥାନ୍ତି । ଏଥି ସହିତ ନାଟକରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟର ଶ୍ରେଣୀଗୃହରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଉନ୍ନତ ମାନର ସମ୍ପୃକ୍ତି ପ୍ରଦର୍ଶନ କରୁଥିବା ଯୋଗୁଁ ନାଟକକୁ ଶିକ୍ଷଣ ପଦ୍ଧତିରେ ଏକ ସଫଳ ସହଯୋଗୀ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇପାରେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମିନା ସ୍ଵାଇଁ ମତ ରଖିଥିଲେ ।

ପିଲାମାନେ ନାଟକ ଓ ରଙ୍ଗମଞ୍ଚର ହୃତଗୌରବ ଫେରାଇ ଆଣିପାରିବେ । ପିଲାଙ୍କୁ ନାଟକ ମଞ୍ଚସ୍ଥ କରିବା ପାଇଁ ନିରନ୍ତର ପ୍ରେରଣା ଯୋଗାଇ ଆସୁଥିବା କୋରାପୁଟ ଅଞ୍ଚଳର ଜଣେ ପ୍ରତିଷ୍ଠିତ କବି ତଥା ମାନାବାର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନା ସ୍ଵାଇଁ ପିଲାଙ୍କ ଉପରେ ଏହି ବିଶ୍ଵାସ ପ୍ରକଟ କରିଛନ୍ତି । ବର୍ତ୍ତମାନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ମିଳିତ ପ୍ରୟାସରେ କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ ବିଦ୍ୟାଳୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ବିଷୟରେ ପ୍ରସ୍ତୁତ ହେଉଥିବା ନାଟକର ସଫଳ ମଞ୍ଚସ୍ଥ କରିପାରୁଥିବା ବେଳେ ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଭାଗ ନେଇ ଅନେକ ବାର ଏହି ଜିଲ୍ଲାର ଶିଶୁ କଳାକାର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ବୋଲି ମିନା ସ୍ଵାଇଁ ଜଣାଇଥିଲେ ।

ଜୀବନ ବ୍ୟାପୀ ନାଟକ ଓ ରଙ୍ଗମଞ୍ଚ ସହ ଜଡିତ ହୋଇ ରାଜ୍ୟ ସ୍ତରରେ ବହୁବାର ସମ୍ମାନିତ ହୋଇଥିବା କୋଟପାଡର ବରିଷ୍ଠ କଳାକାର ପ୍ରକାଶ ମହାନ୍ତି ଓ କୋରାପୁଟର ସିମାଞ୍ଚଳ ଦାସଙ୍କୁ କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ସୁଧା ଜେନାଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାଟକ ମଞ୍ଚସ୍ଥ କରୁଥିବା ସଂଗଠନ ଗୁଡିକର ସଂଖ୍ୟା ବୃଦ୍ଧି ଘଟିବା ଏକ ଶୁଭଙ୍କର ସୂଚନା ବୋଲି ନନ୍ଦନିକ ନାଟ୍ୟ ସଂସ୍ଥାର ନିର୍ଦ୍ଦେଶକ ତଥା ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଗଣମାଧ୍ୟମ ବିଭାଗର ପ୍ରଫେସର ସୌରଭ ଗୁପ୍ତା ମତ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.