ETV Bharat / state

ସହରର ଅଳିଆ ଆବର୍ଜନା ବଢାଇବ ସଫେଇ କର୍ମଚାରୀଙ୍କ ଆୟ - ଆବର୍ଜନା ବଢାଇବ ସଫେଇ କର୍ମଚାରୀଙ୍କ ଆୟ

କୋରାପୁଟ ସହରରେ ପ୍ରତିଦିନ ବାହାରୁଥିବା 5 ଟନରୁ ଊର୍ଦ୍ଧ୍ବ ଅଳିଆ ଆବର୍ଜନା ସହରବାସୀଙ୍କ ଚିନ୍ତାର କାରଣ ହେବନାହିଁ । ସହରର କୋଣ ଅନୁକୋଣରୁ ସଂଗ୍ରହ କରୁଥିବା ସଫେଇ କର୍ମଚାରୀଙ୍କ ଏହି ଅଳିଆ ଆୟ ବୃଦ୍ଧିରେ ସହାୟକ ହେବ । ଅଧିକ ପଢନ୍ତୁ...

ସହରର ଅଳିଆ ଆବର୍ଜନା ବଢାଇବ ସଫେଇ କର୍ମଚାରୀଙ୍କ ଆୟ

author img

By

Published : Sep 3, 2020, 12:47 PM IST

କୋରାପୁଟ: ଏଣିକି ଅଳିଆ ଆବର୍ଜନା ହେବନି ମୁଣ୍ଡ ବ୍ୟଥାର କାରଣ । ବରଂ ଏହାକୁ ସଂଗ୍ରହ କରୁଥିବା ସଫେଇ କର୍ମଚାରୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ । କୋରାପୁଟ ସହରରେ ପ୍ରତିଦିନ ବାହାରୁଥିବା 5 ଟନରୁ ଊର୍ଦ୍ଧ୍ବ ଅଳିଆ ଆବର୍ଜନା ସହରବାସୀଙ୍କ ଚିନ୍ତାର କାରଣ ହେବନାହିଁ । ସହରର କୋଣ ଅନୁକୋଣରୁ ସଂଗ୍ରହ କରୁଥିବା ସଫେଇ କର୍ମଚାରୀଙ୍କ ଏହି ଅଳିଆ ଆୟ ବୃଦ୍ଧିରେ ସହାୟକ ହେବ । କୋରାପୁଟ ସହରର ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଏହା କହିଛନ୍ତି ।

ସହରର ଅଳିଆ ଆବର୍ଜନା ବଢାଇବ ସଫେଇ କର୍ମଚାରୀଙ୍କ ଆୟ

ସେ କହିଛନ୍ତି ଯେ, କୋରାପୁଟ ପୌରପାଳିକା ଦ୍ବାରା ବର୍ଜ୍ୟବସ୍ତୁ ପରିଚାଳନା ତଥା ସାମଗ୍ରୀ ପୁନର୍ଲାଭ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯେଉଁଥିରେ ଏକ ବିରାଟ ବଡ କୁଣ୍ଡରେ ଭର୍ତ୍ତି କରାଯାଉଥିବା ସହରର ସମସ୍ତ ଆବର୍ଜନା ପ୍ରତି 41 ଦିନରେ ଥରେ ଖତରେ ପରିଣତ ହେବ । ଆଉ ଏହି ଖତକୁ ବିକ୍ରି କରି ସେଥିରୁ ଉପାର୍ଜିତ ଅର୍ଥକୁ ଏହି ସଫେଇ କର୍ମଚାରୀମାନେ ନିଜ ମଧ୍ୟରେ ବାଣ୍ଟି ନେବାର ବ୍ୟବସ୍ଥା କରାଯାଇଛି ।

ସେହିପରି ଶୁଖିଲା ବର୍ଜ୍ୟବସ୍ତୁକୁ ବିକ୍ରି କରାଯାଇ ସେଥିରୁ ମିଳିବା ଅର୍ଥକୁ କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦେଇ ଦିଆଯିବ । ବର୍ତ୍ତମାନ ଏହି କେନ୍ଦ୍ର ନିଜ କାର୍ଯ୍ୟ ଆରମ୍ଭ କରି ଦେଇଛି । ତେବେ ଏହି ଆବର୍ଜନାରୁ ବାହାରୁଥିବା ଦୁର୍ଗନ୍ଧକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୌରପାଳିକା ସହ କାର୍ଯ୍ୟ କରିଥିବା ପରିମଳ ବିଶେଷଜ୍ଞ ମହମ୍ମଦ ଅସିଫ କହିଛନ୍ତି ।

ଅପରପକ୍ଷେ ଏପରି କାମ ପ୍ରଥମ ଥର ପାଇଁ କରୁଥିଲେ ବି କାମ କରିବା ସେତେ କଷ୍ଟଦାୟକ ହେଉନଥିବା ଏଠାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.