ETV Bharat / state

କୋରାପୁଟ ଗସ୍ତରେ ବିଶ୍ବେଶ୍ବର ଟୁଡୁ: ବିଭିନ୍ନ କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା

କୋରାପୁଟକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, କୋରାପୁଟରେ ଜଳ ସଂକଟ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ରାଜ୍ୟ ସରକାର ତାହା କରାଇଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟ ଗସ୍ତରେ ବିଶ୍ବେଶ୍ବର ଟୁଡୁ: ବିଭିନ୍ନ କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା
କୋରାପୁଟ ଗସ୍ତରେ ବିଶ୍ବେଶ୍ବର ଟୁଡୁ: ବିଭିନ୍ନ କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା
author img

By

Published : May 1, 2022, 6:41 PM IST

କୋରାପୁଟ: କୋରାପୁଟକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ଅବସରରେ ସେ କହିଛନ୍ତି, କୋରାପୁଟରେ ଜଳ ଉତ୍ସ କମିବା ଓ ଜଳଭଣ୍ଡାର ଗୁଡିକରେ ଜଳ କମିବା ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ତାହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ତେବେ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକ୍ଷମ କରାଉନଥିବା ସେ ଅଭିଯୋଗ କରିଛନ୍ତି ।

କୋରାପୁଟ ଗସ୍ତରେ ବିଶ୍ବେଶ୍ବର ଟୁଡୁ: ବିଭିନ୍ନ କେନ୍ଦ୍ରୀୟ ଯୋଜନାର କଲେ ସମୀକ୍ଷା

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସ୍ଥିତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କଲାପରେ ଟୁଡୁ ଏହି ମନ୍ତବ୍ୟ ଦେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଗଣମାଧ୍ୟମ ମାଧ୍ୟମରେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଟୁଡୁ ନାଲକୋ ଦାମନଯୋଡି କୋରାପୁଟ ଗସ୍ତ କରିଥିବାବେଳେ ନାଲକୋ ବିସ୍ଥାପିତ ସଂଘ ଦ୍ଵାରା ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.