କୋରାପୁଟ: ଓଡିଶା ଗସ୍ତରେ ସୀମାନ୍ତ ବିଏସଏଫ୍ ସ୍ପେଶାଲ ଅପରେସନ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି । ତିନି ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଓଡ଼ିଶା ଓ ଆନ୍ଧ୍ର ସୀମାରେ ଥିବା ବିଏସଏଫ୍ କ୍ୟାମ୍ପରେ ସ୍ଥିତି ସମୀକ୍ଷା କରିଛନ୍ତି । ମାଓ ମୁକାବିଲାରେ ବିଏସଏଫ୍ର ଅପରେସନ ସମ୍ପର୍କରେ ସେ ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।
ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି କୋରାପୁଟରେ SOG କ୍ୟାମ୍ପସ ପରିଦର୍ଶନ କରି ଆଣ୍ଟି ନକ୍ସଲ ଅପରେସନ ନିମନ୍ତେ ବିଏସଏଫ୍ ଯବାନମାନଙ୍କ ତାଲିମ ପାଇଁ ପ୍ରସ୍ତୁତିର ପର୍ଯ୍ୟବେକ୍ଷଣ କରିଥିଲେ । ଓଡିଶା-ଆନ୍ଧ୍ର ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଏସଏଫ୍ ନଜର ରଖିଥିବା ସେ ପ୍ରକାଶ କରିଛନ୍ତି । ଯବାନମାନଙ୍କ ଆତିଥ୍ୟକୁ ଆଇଜି ପ୍ରଶଂସା କରିଥିଲେ । ତେବେ ମୈାସୁମୀ ଜନିତ ପ୍ରବଳ ବର୍ଷା ସମୟରେ ଅପରେସନ ପ୍ରସ୍ତୁତି ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏହା ପୂର୍ବରୁ ଆଇଜି ବୁଡାକୋଟିଙ୍କ ସମେତ ଆଇଜି ମଦନ ଲାଲ, କୋରାପୁଟ ସେକ୍ଟର ଡିଆଇଜି ଏବଂ ବିଏସଏଫ୍ର ଅନ୍ୟ ବରିଷ୍ଠ ଅଧିକାରୀମାନେ କୋରାପୁଟ, କୁମ୍ବାରିପୁଟ, କୁମ୍ବାରୀ, ବନ୍ଧୁଗାଁ, ନାରାୟଣପାଟଣା, ପୋଡାପଦର, ପାଲ୍ଲୁର ଏବଂ ଲକ୍ଷ୍ମୀପୁରର ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ ।
ଇଟିଭି ଭାରତ, କୋରାପୁଟ