ETV Bharat / state

କୋରାପୁଟରେ ବାୟୋ ଫ୍ଲକ ମତ୍ସ୍ୟଚାଷ ପ୍ରକଳ୍ପ ଉଦଘାଟିତ - ବାୟୋ ଫ୍ଲକ ମତ୍ସ୍ୟଚାଷ ପ୍ରକଳ୍ପ

କୋରାପୁଟ ଡଲିଆମ୍ବ ଗାଁରେ ଥିବା ଡାଏରୀ ପରିସରରେ ବାୟୋ ଫ୍ଲକ ମତ୍ସ୍ୟଚାଷ ପ୍ରକଳ୍ପର ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

କୋରାପୁଟରେ ବାୟୋ ଫ୍ଲକ ମତ୍ସ୍ୟଚାଷ ପ୍ରକଳ୍ପ ଉଦଘାଟିତ

author img

By

Published : May 16, 2021, 8:00 AM IST

କୋରାପୁଟ: ଜିଲ୍ଲାର ଡଲିଆମ୍ବ ଗାଁରେ ଥିବା ଡାଏରୀ ପରିସର ମଧ୍ୟରେ ବାୟୋ ଫ୍ଲକ ମତ୍ସ୍ୟ ଚାଷର ପ୍ରୟୋଗ କ୍ଷେତ୍ରରେ ମାଛ ଯାଁଳା ଛଡାଯାଇ ଏହାର ଉଦଘାଟନ କରାଯାଇଛି । ICAR ଓ IISWCର ମିଳିତ ସହଯୋଗରେ ଏହି ବାୟୋ ଫ୍ଲକ ମତ୍ସ୍ୟ ଚାଷର ଉଦଘାଟିତ ହୋଇଛି ।

କୋରାପୁଟରେ ବାୟୋ ଫ୍ଲକ ମତ୍ସ୍ୟଚାଷ ପ୍ରକଳ୍ପ ଉଦଘାଟିତ

ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ନିଜସ୍ଵ ଗୋଶାଳା କ୍ଷେତ୍ର ପରିସର ମଧ୍ୟରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପରେ ଚାରୋଟି ପ୍ଲାଷ୍ଟିକ ତାରପାଲିନ ଘେରା 5 ମିଟର ବ୍ୟାସ ଓ ଦେଢ ମିଟର ଗଭୀର କୁଣ୍ଡ ସ୍ଥାପନା କରାଯାଇଛି । ଏହା ପରିଡାଙ୍କ ପାଇଁ ମାଛ ଚାଷର ବ୍ୟବସାୟ ମାର୍ଗ ଖୋଲିଦେଇଥିବା ବେଳେ ଜିଲ୍ଲାର ଚାଷୀଙ୍କ ପାଇଁ ଏକ ଉନ୍ନତ ମାନର ପ୍ରଦର୍ଶନ କ୍ଷେତ୍ର ହେବ ବୋଲି ଆଇସିଏଆରର କେନ୍ଦ୍ର ପରିଚାଳକ ଡିସି ସାହୁ କହିଛନ୍ତି ।

ଗାଁ ଗହଳିରେ ସ୍ବଳ୍ପ ଖର୍ଚ୍ଚରେ ବାୟୋ ଫ୍ଲକ ପ୍ରତିଷ୍ଠା କରି କ୍ଷୁଦ୍ର ଚାଷୀ ମଧ୍ୟ ବେଶ ଲାଭବାନ ହୋଇପାରିବ ବୋଲି ସେ ମତ ରଖିଛନ୍ତି । ନିଜର 4ଟି ଗାଡିଆ ଥିଲେ ମଧ୍ୟ ସେଥିରେ ଛଡା ଯାଇଥିବା ମାଛକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ଆଣିବା ସମ୍ଭବପର ହେଉନଥିବା ବେଳେ ଏହି ନୂତନ ପଦ୍ଧତିରେ ମାଛ ଯାଁଳା ଛାଡିବାଠାରୁ ଆରମ୍ଭ କରି ତାର ପୂର୍ଣ୍ଣ ବିକାଶ ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ ହସ୍ତକ୍ଷେପ କରି ଉନ୍ନତ ପରିମାଣର ଉତ୍ପାଦ ପାଇହେବ । 6 ମାସ ମଧ୍ୟରେ ପ୍ରଥମ ଅମଳ ବେଳକୁ ନିବେଶ କରାଯାଇଥିବା ଅର୍ଥ ମିଳିଯିବା ସହ ଲାଭ ପାଇବା ସମ୍ଭବ ହେବ ବୋଲି ପରିଡା ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.