ETV Bharat / state

ମୌସୁମୀରେ ହସୁଛି ପ୍ରକୃତି ରାଣୀ କୋରାପୁଟ - ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ ଜିଲ୍ଲା

ମୌସୁମୀ ପାଗରେ କୋରାପୁଟର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ବର୍ଷା ଦିନେ କୋରାପୁଟରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନ ନିଆଯିବା ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଅଧିକ ପଢ଼ନ୍ତୁ

beautiful scenario of koraput in rainy season
ମୌସୁମୀରେ ହସୁଛି ପ୍ରକୃତି ରାଣୀ କୋରାପୁଟ
author img

By

Published : Jul 6, 2022, 12:54 PM IST

Updated : Jul 6, 2022, 2:03 PM IST

କୋରାପୁଟ: ସାରା ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା। ସବୁଜ ବନାନୀରେ ଘୋଡେଇ ହୋଇଛି ପ୍ରକୃତି ରାଣୀ କୋରାପୁଟ ଜିଲ୍ଲା । କୋରାପୁଟ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ତଥା ଦେଶରେ ଖୁବ୍ ପ୍ରସିଦ୍ଧ । ମାଛକୁଣ୍ଡ ଓ ଅନକାଡେଲି ମଧ୍ୟରେ ଥିବା ଡୁଡୁମା ଜଳପ୍ରପାତରେ ମେଘମାଳାର ମନଲୋଭା ରୂପ ଦେଖିବାକୁ ମିଳିଛି।

ମୌସୁମୀରେ ହସୁଛି ପ୍ରକୃତି ରାଣୀ କୋରାପୁଟ

ମୌସୁମୀ ପାଗରେ କୋରାପୁଟର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ବର୍ଷା ଦିନେ କୋରାପୁଟରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନ ନିଆଯିବା ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳକୁ ଗୋଟେ ଦୁଇଟି ବେସରକାରୀ ବସ ଓ ଆନ୍ଧ୍ର ସରକାରଙ୍କ ଏକମାତ୍ର ଏପିଏସଆରଟିସି ବସ ସେବା ଯୋଗାଯାଇଛି। କିନ୍ତୁ ମାଛକୁଣ୍ଡ ଭଳି ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ସଡକ ପରିବହନ ନିଗମ (OSRTC) ବସ ସେବା ଆଜିଯାଏ ପହଞ୍ଚି ପାରିନାହି। ରାଜ୍ୟ ସରକାର କୋରାପୁଟ ପ୍ରତି ଦୃଷ୍ଟି ଦେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଇଟିଭି ଭାରତ, କୋରାପୁଟ

Last Updated : Jul 6, 2022, 2:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.