ETV Bharat / state

ଆନ୍ଧ୍ରର ନୂଆ ଭେଳିକି, କୋଟିଆରେ ସ୍କୁଲ ନିର୍ମାଣକୁ କଲା ବିରୋଧ - କୋଟିଆରେ ସ୍କୁଲ୍ ନିର୍ମାଣ

କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଅନ୍ତର୍ଗତ ତାଡିବାଲସା ଠାରେ ନୂଆ ଆବାସିକ ବିଦ୍ୟାଳୟ ନିର୍ମାଣକୁ ଆନ୍ଧ୍ରର ବିରୋଧ । ବିଦ୍ୟାଳୟ ଆନ୍ଧ୍ର ଜାଗାରେ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

କୋଟିଆରେ ସ୍କୁଲ ନିର୍ମାଣକୁ ଆନ୍ଧ୍ରର ବିରୋଧ
କୋଟିଆରେ ସ୍କୁଲ ନିର୍ମାଣକୁ ଆନ୍ଧ୍ରର ବିରୋଧ
author img

By

Published : Jul 11, 2021, 10:27 AM IST

କୋରାପୁଟ: ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ଜୋର ଧରି ଥିବାବେଳେ ଓଡ଼ିଶାର ନିର୍ମାଣଧୀନ କାର୍ଯ୍ୟକୁ ମଧ୍ୟ ବିରୋଧ କରି କାର୍ଯ୍ୟ ବନ୍ଦ କରିବାକୁ ପଛ‌ଉନି ଆନ୍ଧ୍ର । କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତାଡିବାଲସା ଠାରେ ନୂତନ ଆବାସିକ ବିଦ୍ୟାଳୟ ନିର୍ମାଣ ଚାଲିଥିବା ସମୟରେ ଆନ୍ଧ୍ର ପୋଲିସ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ କହିଥିବା ଅଭିଯୋଗ ହୋଇଛି ।

କୋଟିଆରେ ସ୍କୁଲ ନିର୍ମାଣକୁ ଆନ୍ଧ୍ରର ବିରୋଧ

ତେବେ ବିଦ୍ୟାଳୟ ନିର୍ମାଣ ହେଉଥିବା ଜାଗା ଆନ୍ଧ୍ରର ବୋଲି ଆନ୍ଧ୍ର ପୋଲିସ ଭିଯୋଗ କରିଥିବା ଜଣାପଡିଛି । ଏନେଇ ଠିକାଦାର କୋରାପୁଟ ପ୍ରଶାସନକୁ ଜଣାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାଙ୍ଗି ତହସିଲଦାର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । କୋରାପୁଟ ଜିଲ୍ଲା ପ୍ରଶାସନ, କୋରାପୁଟ ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ର ପୋଲିସ ଫେରିଯିବା ପାଇଁ ବାଧ୍ୟ ହୋଇଥିବା ଚର୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ନେରେଡିବାଲସା ଠାରେ ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା ପତିତପାବନ ମନ୍ଦିରକୁ ମଧ୍ୟ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ବିରୋଧ କରି କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡାଙ୍କୁ ସେଠାରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।

ତେବେ କିଛି ସମୟର ଯୁକ୍ତିତର୍କ ପରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପରିଡାଙ୍କୁ ବାଟ ଛାଡି ଦେଇଥିଲେ । ଅପରପକ୍ଷରେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ନେରେଡିବାଲାସାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କରି ମନ୍ଦିର ପ୍ରତିଷ୍ଠା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦାୟର କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.