ETV Bharat / state

ଲକ୍ଷ୍ମୀପୁରରେ ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର - କୋରାପୁଟ

ମୋବାଇଲ ବିସ୍ଫୋରଣ ଯୋଗୁଁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଗତକାଲି(ରବିବାର) ଏଭଳି ଏକ ଘଟଣା ଘଟିଛି। ଅଧିକ ପଢ଼ନ୍ତୁ...

ଲକ୍ଷ୍ମୀପୁରରେ ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର

author img

By

Published : Nov 17, 2020, 4:34 AM IST

କୋରାପୁଟ: ମୋବାଇଲ ବିସ୍ଫୋରଣ ଯୋଗୁଁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଗତକାଲି(ରବିବାର) ଏଭଳି ଏକ ଘଟଣା ଘଟିଛି। ଆହତ ଶିଶିଟିକୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ତେବେ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ କୋରାପୁଟ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଲକ୍ଷ୍ମୀପୁରରେ ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର

ତଳ ବିଲାଂସିଲ ଗାଁର ରୋହିତ ନାଚିକା 15ଶହ ଟଙ୍କା ଦେଇ ଏକ ମୋବାଇଲ ବ୍ୟବହାର କରୁଥିଲେ । ଗତକାଲି(ରବିବାର) ବିଳମ୍ବିତ ରାତିରେ ମୋବାଇଲଟିକୁ ଘରେ ଥିବା ଖଟ ଉପରେ ଚାର୍ଜରେ ବସାଇ ଦେଇଥିଲେ । ରୋହିତଙ୍କ ପତ୍ନୀ ଓ ତାଙ୍କ ଏକ ବର୍ଷର ଝିଅ ସେହି ଖଟରେ ଶୋଇଥିବା ବେଳେ ମୋବାଇଲଟି ଫୁଲ ଚାର୍ଜ ହୋଇ ଅଚାନକ ଫାଟି ଯାଇଥିଲା । ଝିଅର ଚିତ୍କାର ଶୁଣି ଉଠିଥିଲେ ରୋହିତଙ୍କ ପତ୍ନୀ । ତେବେ ସେତେବେଳକୁ ଶିଶୁଟିର ମୁହଁ ଅଧା ପୋଡ଼ି ଯାଇଥିଲା ।

ଅଧିକ ରାତି ହୋଇଯାଇଥିବାରୁ ଶିଶୁଟିକୁ ଡାକ୍ତରଖାନାରେ ନେବାକୁ ସକ୍ଷମ ହୋଇପାରିନଥିଲେ ରୋହିତ । ଏଥପାଇଁ ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ନିକଟସ୍ଥ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ। ଏହାପରେ ସୋମବାର ସକାଳୁ ଏକ ବାଇକ ଯୋଗେ ଝିଅଟିକୁ ନେଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପୁରର ଡାକ୍ତର ଶିଶୁଟିକୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ କହିଥିଲେ । ବର୍ତ୍ତମାନ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଶିଶୁଟିକୁ ଚିକିତ୍ସିତ ହେଉଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.