ETV Bharat / state

ପବଜି ବ୍ୟାନ ପରେ ପିଲାଙ୍କ ପାରମ୍ପରିକ ଖେଳରେ ଫାଟୁଛି ଗାଁଦାଣ୍ଡ - khurda latest news

ଫେରିଛି ପୁରୁଣା ଦିନ । ଘରର ଗୋଟିଏ କୋଣରେ ସ୍ମାର୍ଟ ଫୋନ ଧରି ପବଜି ନୁହେଁ ବରଂ ଗାଁ ଦାଣ୍ଡରେ ଜମୁଛି ପାରମ୍ପରିକ ଖେଳର ଆସର । ଗାଁ ଦାଣ୍ଡ ଧୂଳିର ମଜା ନେଉଛନ୍ତି ପିଲା । ଭାରତ ସରକାର ଚାଇନିଜ ଆପ ପବଜିକୁ ବ୍ୟାନ କରିବା ପରେ ହସି ଉଠିଛି ଗାଁ ଦାଣ୍ଡ । ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ପବଜି ବ୍ୟାନ ହେବା ପରେ ପାରମ୍ପରିକ ଖେଳରେ ମସଗୁଲ ଯୁବପିଢି

author img

By

Published : Sep 6, 2020, 5:04 PM IST

ଖୋର୍ଦ୍ଧା: ଦିନ ଥିଲା ଗାଁ ଦାଣ୍ଡରେ ଜମୁଥିଲା ପାରମ୍ପରିକ ଖେଳର ଆସର । ଆମ୍ବ ତୋଟା ହେଉ କିମ୍ବା ଚାନ୍ଦିନୀ ... ଟିକେ ଫାଙ୍କା ସମୟ ମିଳିଲା ମାନେ ଏକାଠି ହୋଇ ଖେଳିବାକୁ ବସି ପଡୁଥିଲେ । ବୋହୁଚୋରି, କବାଡି, ଢୁ ଢୁ, ସେକାସେକି, ଗୋବ, ବାଟି, ନଟୁ ଭଳି ଅନେକ ଖେଳ ଖେଳି ପିଲାଦିନର ସ୍ମୃତିକୁ ସୁନ୍ଦର ଭାବେ ଆଙ୍କୁଥିଲେ ପିଲା । ଛୁଆଙ୍କ ହୋ ହାଲ୍ଲାରେ ଉଠୁଥିଲା ପଡୁଥିଲା ଗାଁ ଦାଣ୍ଡ । ହେଲେ ଯୁଗ ବଦଳିବା ସହ ପିଲାଙ୍କ ଖେଳର ଶୈଳୀ ମଧ୍ୟ ବଦଳିବାରେ ଲାଗିଲା ।

ବ୍ୟାନ ପବଜି: ପାରମ୍ପରିକ ଖେଳରେ ମସଗୁଲ ଯୁବପିଢି

ଗାଁ ଦାଣ୍ଡରେ ଦେଖିବାକୁ ମିଳିଲାନି ମୁନା ମୁନିଙ୍କ ଭିଡ । ଶୁଭିଲାନି ସେ ପିଲାଖେଳର କୋଳାହଳ । କାରଣ ସେମାନେ ସ୍ମାର୍ଟ ଫୋନର ସ୍ମାର୍ଟ ଗେମରେ ବ୍ୟସ୍ତ ଥିଲେ । ଚାଇନା ଗେମ ପବଜି ପ୍ରେମରେ ଉବୁଟୁବୁ ଥିଲେ ଛୁଆଠୁ ବୁଢା । ଗାଁ ଦାଣ୍ଡ ଧୂଳିର ମଜା ବା କେମିତି ଜାଣିବେ । ହେଲେ ଭାରତ ସରକାର ଚାଇନିଜ ଆପକୁ ବ୍ୟାନ କରିବା ପରେ ହସିଉଠିଛି ଗା ଦାଣ୍ଡ । ଆଉ ଫେରିଛି ପୁରୁଣା ଦିନର ସେ ପାରମ୍ପରିକ ଖେଳ ।

ଏ ହେଉଛି ଖୋର୍ଦ୍ଧାର ଦୃଶ୍ୟ । ଯେଉଁଠି ପବଜି ବ୍ୟାନ ହେବା ପରେ ପୁଣି ସାଙ୍ଗସାଥୀମାନେ ଏକାଠି ହୋଇ ପାରମ୍ପରିକ ଗୁଲି କବାଡି ଖେଳ ଆଦି ଖେଳୁଛନ୍ତି । ଏବେ ପିଲାମାନେ ଅନଲାଇନରେ ପାଠ ପଢି ସାରି ଗାଁ ଦାଣ୍ଡକୁ ଧାଇଁ ଆସୁଛନ୍ତି ଖେଳକୁଦ ପାଇଁ । ଯେଉଁଥିରେ ପିଲାଙ୍କ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ଉଭୟ ସୁସ୍ଥ ରହୁଥିବା କୁହାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.