ଭୁବନେଶ୍ବର: 5T ସଚିବଙ୍କ ବାସଭବନ ଘେରିବ କଂଗ୍ରେସ । ଓଡ଼ିଶା ପୋଲିସ ବିରୋଧୀଙ୍କ କଣ୍ଠ ଚାପିବାକୁ ଦାୟିତ୍ଵ ନେଇଛି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ଏଭଳି କାର୍ଯ୍ୟ ଲାଗି ଆସନ୍ତା ଦିନରେ ଛାତ୍ର କଂଗ୍ରେସ ୫ଟି ସଚିବ ଭି.କେ ପାଣ୍ଡିଆନ (5T Secretary V.K Pandian)ଙ୍କ ବାସଭବନ ଆଗରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।
ମନ୍ତ୍ରୀ ସମୀର ଦାଶଙ୍କ ବହିଷ୍କାର ଓ ତଦନ୍ତ ପରିସର ଭୁକ୍ତ ଦାବିରେ ଛାତ୍ର କଂଗ୍ରେସ ଗତ ୨୯ ତାରିଖରେ ନବୀନ ନିବାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲା । ଏହି ସବୁ ଅପରାଧିକ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବିରୋଧୀଙ୍କ କଣ୍ଠରୋଧ କରିବାକୁ ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ କହିଛନ୍ତି, "ପୋଲିସ ଆନ୍ଦୋନକାରୀଙ୍କ ବିରୋଧରେ ଆକ୍ରୋଶ ମୂଳକ ଭାବେ ୩୦୭ ଭଳି ସଙ୍ଗୀନ ଦଫା ଲଗାଇଛି । କିନ୍ତୁ ଛାତ୍ର କଂଗ୍ରେସ ଚୁପ ବସିବ ନାହିଁ ।
ଏହା ମଧ୍ୟ ପଢନ୍ତୁ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ ନରସିଂହ
ଆଗାମୀ ଦିନରେ ଲଢେଇ ଜାରି ରହିବ । 5T ସଚିବଙ୍କ ନିକଟରେ ଦାବି ତୁରନ୍ତ ଦଫା ପ୍ରତ୍ୟାହାର କରନ୍ତୁ । 7ଦିନ ସମୟ ଦେଉଛୁ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ତଥା ବହିଷ୍କାର ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ଲଗାଇ ଥିବା ଦଫା ପ୍ରତ୍ୟାହାର କରାଯାଉ । ନଚେତ 5T ସଚିବଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ ।" ସୂଚନା ଥାଉ କି ଗତ ଅକ୍ଟୋବର ୨୯ ତାରିଖରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗର୍ଜିଥିଲା କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରି ବିରାଟ ପଟୁଆରରେ ଶହ ଶହ ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ।
ଏହା ବି ପଢନ୍ତୁ-ଧର୍ମେନ୍ଦ୍ର ମୃତ୍ୟୁ ଘଟଣା: ନବୀନ ନିବାସ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ
ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସ ମୁହାଁ ହେଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଉଭୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା । ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଥିଲେ। କିଛି କର୍ମୀ ବ୍ୟାରିକେଡ଼ ଉପରେ ଚଢି ଆନ୍ଦୋଳନ କରିଥିବା ବେଳେ ବ୍ୟାରିକେଡ ଡେଇଁ କିଛି ଆନ୍ଦୋଳନ କରିଥିଲେ।
ଏହା ମଧ୍ୟ ପଢନ୍ତୁ: ଧବଳେଶ୍ୱରରେ ୧୪୪ ଧାରା, ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘେରିଲେ ମୋକିମ
ନବୀନ ନିବାସ ଘେରାଉ କରିନପାରି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନକୁ ଧସେଇ ପଶିଥିଲା ଛାତ୍ର କଂଗ୍ରେସ । ଧସେଇ ପଶିବା ସହ ମନ୍ତ୍ରୀଙ୍କ କ୍ବାର୍ଟରକୁ ଅଣ୍ଡାମାଡ କରିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ଡିସିପିଙ୍କୁ ଗେଟ୍ ସମ୍ମୁଖରେ ଧକ୍କା ମାରି କଂଗ୍ରେସର ୨ ଜଣ ମହିଳା କର୍ମୀ କ୍ବାର୍ଟର ଭିତରେ ପଶିଥିବା ବେଳେ ତାଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଘର ମଧ୍ୟରେ ପଶି ପ୍ରତିବାଦ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର