ETV Bharat / state

ବିଜେବି କଲେଜରେ ରାଗିଂ ଓ ହିଂସା ବନ୍ଦ ଦାବି, ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ - ବିଜେବି ଜୁନିୟର କଲେଜ ସମ୍ମୁଖରେ ବିକ୍ଷୋଭ

ରାଗିଂ ଓ ହିଂସା ବନ୍ଦ ଦାବିରେ ଗତକାଲି ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ନେତୃତ୍ବରେ ବିଜେବି ଜୁନିୟର କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

youth congress protest
youth congress protest
author img

By

Published : Aug 8, 2023, 8:54 AM IST

ଭୁବନେଶ୍ବର: ବିଜେବି କଲେଜରେ ରାଗିଂ ଓ ହିଂସା ବନ୍ଦ ଦାବି । ଏନେଇ ଗତକାଲି ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ନେତୃତ୍ବରେ ବିଜେବି ଜୁନିୟର କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଜେବି କଲେଜରେ ଏଭଳି ରାଗିଂ ଓ ହିଂସାତ୍ମକ କାର୍ଯ୍ୟ ବାରମ୍ବାର ଘଟୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପ୍ରଶାସନ । ଯାହାକୁ ନେଇ ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ- Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ସୂଚନା ମୁତାବକ, ଗତ କିଛି ଦିନ ତଳେ ଜଣେ ଯୁକ୍ତ୨ ଛାତ୍ରୀଙ୍କୁ ରାଗିଂ ହୋଇଥିବା ବେଳେ ଏହାର ପ୍ରତିବାଦ କରିବାରୁ ଛାତ୍ରୀଙ୍କୁ ଏସିଡ ମାଡ଼ ଧମକ ଦିଆଯାଇଥିଲା । ସେହିପରି ଯେଉଁମାନେ ଏହି ରାଗିଂକୁ ବିରୋଧ କରୁଛନ୍ତି ସେମାନଙ୍କୁ ସେହି କଲେଜର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଛାତ୍ର ସଂଘବଦ୍ଧ ହୋଇ ବାରମ୍ବାର ଆକ୍ରମଣ କରୁଛନ୍ତି । ଏପରିକି କଲେଜ ପରିସରରୁ ୨ ଜଣ ଛାତ୍ରଙ୍କୁ ଉଠାଇ ନେଇ ହଷ୍ଟେଲ ଭିତରେ ଅମାନବୀୟ ଅତ୍ୟାଚାର ଦେଉଥିବା ଅଭଯୋଗ ହୋଇଛି । ହେଲେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ତେବେ କ୍ୟାମ୍ପସ ଭିତରେ ଅଣଛାତ୍ର ପ୍ରବେଶ ବନ୍ଦ, ବିଜେବି କଲେଜ ସମ୍ପୂର୍ଣ୍ଣ ରାଗିଂ ମୁକ୍ତ, କଲେଜରେ ହିଂସା ଏବଂ ରାଗିଂ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ସେହପରି ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ଯେପରି ଭାବରେ ବିଜେବି କଲେଜ ଏବଂ ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଶାନ୍ତ ପରିବେଶ ସୃଷ୍ଟି କରୁଛି ତାହାକୁ ଛାତ୍ର କଂଗ୍ରେସ ଦୃଢ଼ ନିନ୍ଦା କରିଛି ।

ଏହା ମଧ୍ୟ ପଢନ୍ତୁ- ବିଜେବି କଲେଜରେ ଅଣଛାତ୍ର ଆକ୍ରମଣ ଘଟଣା, ଆଉ ୪ଜଣଙ୍କୁ ଗିରଫ କଲା ପୋଲିସ

ପ୍ରକାଶ ଥାଉକି, ଗତ ମାସରେ ଜଣେ ଛାତ୍ରଙ୍କ ଜନ୍ମଦିନ କଲେଜ କ୍ୟାମ୍ପସରେ ପାଳନ କରାଯାଇଥିଲା । ତେବେ ସେହି ସମୟରେ କିଛି ଛାତ୍ରଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ସେହିପରି କ୍ଲାସରୁମରେ ମାଡ଼ ମାରିବା ସହ ୩ ଜଣଙ୍କୁ ଅଟକ ରଖିଥିଲେ କିଛି ଛାତ୍ର । ଯାହାକୁ ନେଇ ଜଣେ ଛାତ୍ର କୌଶଳ କ୍ରମେ ଖସି ଆସି ବଡ଼ଗଡ଼ ଥାନାରେ ଜଣାଇଥିଲେ । ଥାନାରେ ଜଣାଇବା ପରେ ୨ ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ତେବେ ଏହାକୁ ନେଇ ପୋଲିସ କ୍ୟାମ୍ପସ୍‌ରେ ଦେଖିବାକୁ ମିଳିଥିଲା । ବିଜେପି କଲେଜରେ ଅନେକ ସମୟର ବାରମ୍ବାର ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.