ETV Bharat / state

ଅଣଓଡିଆ ଶାସନ ଓ ଠିକାଦରଙ୍କୁ ପ୍ରୋତ୍ସାହନ ଅଭିଯୋଗ, ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

ଓଡିଶାରେ ଅଣଓଡିଆ ଶାସନ, ଅଣଓଡିଆ ଠିକାଦରଙ୍କୁ ସରକାରଙ୍କ ପ୍ରୀତି ଓ ପ୍ରୋତ୍ସାହନ, ମେଧାବୀ ଛାତ୍ର ବୃତ୍ତି ଲୁଟକୁ ବିରୋଧ ସହ ଓଡିଆ ଯୁବକଙ୍କୁ ନିଯୁକ୍ତି ଦାବି କରି ଯୁବ କଂଗ୍ରେସ ବିଶାଳ ଶୋଭାଯାତ୍ରାରେ ଶହ ଶହ ଯୁବ କଂଗ୍ରେସ କର୍ମୀ ସରକାରୀ ବିରୋଧୀ ନାରାବାଜି ଦେଇ ଫରେଷ୍ଟ ପାର୍କ ଆଡୁ ନବୀନ ମାଡି ଆସିଥିଲେ । ପୋଲିସ ତୁରନ୍ତ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 13, 2023, 6:12 PM IST

ଅଣଓଡିଆ ଶାସନ ଓ ଠିକାଦରଙ୍କୁ ପ୍ରୋତ୍ସାହନ ଅଭିଯୋଗ, ଯୁବ କଂଗ୍ରେସର ନବୀନ ନିବାସ ଘେରାଉ
ଅଣଓଡିଆ ଶାସନ ଓ ଠିକାଦରଙ୍କୁ ପ୍ରୋତ୍ସାହନ ଅଭିଯୋଗ, ଯୁବ କଂଗ୍ରେସର ନବୀନ ନିବାସ ଘେରାଉ
ଅଣଓଡିଆ ଶାସନ ଓ ଠିକାଦରଙ୍କୁ ପ୍ରୋତ୍ସାହନ ଅଭିଯୋଗ, ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ବର: ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଘେରାଉ ପୂର୍ବରୁ ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା ପୋଲିସ । ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ଯୁବ କଂଗ୍ରେସ ସଦସ୍ୟଙ୍କୁ ଉଠାଇ ନେଇଥିଲା ପୋଲିସ । ଏହାକୁ ନେଇ ରାଜରାସ୍ତାରେ ପୋଲିସ ଓ ଯୁବ କଂଗ୍ରେସ ଭିତରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଠେଲା ପେଲା ଧସ୍ତାଧସ୍ତି ଭିତରେ ହଲ୍ଲାବୋଲ କରିଥିଲେ ଯୁବ କଂଗ୍ରେସ କର୍ମୀ । ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବ କଂଗ୍ରେସ କର୍ମୀଙ୍କୁ ଆଧା ରାସ୍ତାରୁ ଉଠେଇନେଇଥିଲା । ଟାଣି ଟାଣି ନେଇ ପୋଲିସ ଗାଡ଼ିରେ ବସାଇଥିଲା ଆଉ ଆନ୍ଦୋଳନ କରିବା ପୂର୍ବରୁ ଉଠାଇନେଇଥିଲା ।

ଅଧିକ ପଢନ୍ତୁ- ଆକ୍ରୋଶ ଦିବସ ପାଳିଲା ଯୁବ କଂଗ୍ରେସ

ଓଡିଶାରେ ଅଣଓଡିଆ ଶାସନ, ଅଣଓଡିଆ ଠିକାଦରଙ୍କୁ ସରକାରଙ୍କ ପ୍ରୀତି ଓ ପ୍ରୋତ୍ସାହନ, ମେଧାବୀ ଛାତ୍ର ବୃତ୍ତି ଲୁଟକୁ ବିରୋଧ ସହ ଓଡିଆ ଯୁବକଙ୍କୁ ନିଯୁକ୍ତି ଦାବି କରି ଯୁବ କଂଗ୍ରେସ ବିଶାଳ ଶୋଭାଯାତ୍ରାରେ ଶହ ଶହ ଯୁବ କଂଗ୍ରେସ କର୍ମୀ ସରକାରୀ ବିରୋଧୀ ନାରାବାଜି ଦେଇ ଫରେଷ୍ଟ ପାର୍କ ଆଡୁ ନବୀନ ମାଡିଆସିଥିଲେ । ପୋଲିସ ତୁରନ୍ତ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । ଏନେଇ ଯୁବ କଂଗ୍ରେସ ଅଭିଯୋଗ କରିଛି ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟର ସ୍ବାର୍ଥ ପାଇଁ ଲଢ଼ୁଥିବା ଏହି ଲଢେଇରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଯେଭଳି ଅଧା ରାସ୍ତାରେ ଉଠାଇ ନେଉଛି ଆଉ ସରକାରଙ୍କୁ ହାତ ବାରିଶୀ ସାଜୁଛି ତାହାକୁ ବିରୋଧ କରୁଛି ସଂଗଠନ ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ବରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା । ବିଶେଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ । ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ଯୁବ କଂଗ୍ରେସ ସଦସ୍ୟଙ୍କୁ ଉଠାଇ ନିଆଯାଇଥିଲା । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି ହରିଲୁଟ ଭଳି ଅଭିଯୋଗରେ ଶୋଭାଯାତ୍ରା ସହ ନବୀନ ନିବାସ ଘେରାଓ କରିବାକୁ ଯାଉଥିଲା ଯୁବ କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ ଯୁବ କଂଗ୍ରେସର ଏହି ଆନ୍ଦୋଳନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମ୍ମତି ନଥିଲା । ତଥାପି ଯୁବ କଂଗ୍ରେସର ଗୋଟିଏ ଗୋଷ୍ଠୀ ଶୀର୍ଷ ନେତାଙ୍କ ଅନୁମତି ବିନା ଏଭଳି ଆନ୍ଦୋଳନକୁ ଓହ୍ଳାଇଥିଲେ । ଯାହାର ପରି ପରିଣାମ ସ୍ବରୂପ ପୋଲିସ ସେମାନଙ୍କୁ ଉଠାଇନେଇଛି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.