ETV Bharat / state

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ମହିଳା ଅଟକ

author img

By ETV Bharat Odisha Team

Published : Sep 18, 2023, 11:57 AM IST

Updated : Sep 18, 2023, 2:23 PM IST

କୂଅରୁ ମିଳିଲା ଯୁବକଙ୍କ ମୃତଦେହ । ଗ୍ରାମର ଜଣେ ମହିଳାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପୋଲିସର ତଦନ୍ତ ଜାରି ।

କୂଅରୁ ମିଳିଲା ଯୁବକଙ୍କ ମୃତ ଦେହ
କୂଅରୁ ମିଳିଲା ଯୁବକଙ୍କ ମୃତ ଦେହ
କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଖୋର୍ଦ୍ଧା: ଜିଲ୍ଲା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବେଣାଗାଡିଆ ଅଞ୍ଚଳରେ ଅଭାବନୀୟ ଘଟଣା । ଆଜି(ସୋମବାର) କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକ ବେଣାଗାଡିଆ ଗ୍ରାମର ବିଜୟ ବରାଡ ହୋଇଥିବା ସୂଚନା । ଜଣେ ମହିଳା ବିଜୟଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ବୋଲଗଡ ଥାନା ପୋଲିସ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ବେଣାଗାଡିଆ ଗ୍ରାମର ବିଜୟ ବରାଡଙ୍କୁ ସେହି ଗ୍ରାମର ଜଣେ ମହିଳା ସୁଷମା ବରାଡ ବିଲକାମ କରିବାକୁ ଡାକି ନେଇଥିଲେ । କିନ୍ତୁ ବିଜୟ ସନ୍ଧ୍ୟା ହେବାରୁ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ବିଜୟଙ୍କୁ ପାଇନଥିଲେ । କାମକୁ ଡାକି ନେଇଥିବା ମହିଳାଙ୍କ ଘରକୁ ଯାଇ ପଚାରିବାରୁ ମହିଳା ଜଣକ କୂଅକୁ ଯାଇ ଦେଖ କହିଥିଲେ । ଏହାପରେ ଗ୍ରାମବାସୀ ସହ ପରିବାର ଲୋକେ ମା’ ତରେଇଶୁଣୀ ଠାକୁରାଣୀ କୂଅରେ ବିଜୟ ପଡିଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ଯୁବକଙ୍କୁ ଉଦ୍ଧାର କରାଯାଇ ବାଙ୍କୋଇ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ

ଏହାମଧ୍ୟ ପଢନ୍ତୁ.. ସାତ ଜନ୍ମର ପ୍ରତିଶୃତି 3 ମାସ ବି ଚାଲିଲାନି: ସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ପିଙ୍ଗି ଦେଲା ସ୍ବାମୀ

ତେବେ ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ସୁଷମା ବରାଡଙ୍କୁ ଗିରଫ କରିବା ଦାବିରେ ବିଳମ୍ୱିତ ରାତିରେ ବାଙ୍କୋଇ ଫାଣ୍ଡି ଘେରାଉ କରିଥିଲେ ଗ୍ରାମବାସୀ । ପରେ ବୋଲଗଡ ପୋଲିସ ସୁଷମାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ବୋଲଗଡ ଥାନା ଅଧିକାରୀ ଓ ବାଙ୍କୋଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ପାଖରେ ପଡିଥିବା ରକ୍ତ ନମୁନା ସଂଗ୍ରହ କରିବା ସହ ଆଖପାଖ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି । ତେବେ ସୁଷମା ବରାଡ ହିଁ ଡାକିନେଇ ତାଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୁଷମା ବରାଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

ତେବେ ଏହା ହତ୍ୟା ନା ଏହା ପଛରେ ଆଉ କେଉଁ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ଜନଗହଳି ସ୍ଥାନରେ କିଭଳି ଏହି ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିପାରେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 18, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.