ଖୋର୍ଦ୍ଧା: ସଧବା ନାରୀମାନଙ୍କ ପାଇଁ ଆଜି ହେଉଛି ପବିତ୍ର ଦିନ । ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଘରେ ଘରେ ସଧବାମାନେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । କୋରୋନା ପାଇଁ ଏହି ବ୍ରତ କୌଣସି ଦେବାଳୟରେ ପାଳନ ନକରି ଘରେ ପାଳନ କରିବାକୁ ଖୋର୍ଦ୍ଧା ଉପଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ଖୋର୍ଦ୍ଧାର ଅନେକ ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଦେବାଳୟରେ କୋଭିଡ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ମହିଳା । ମନ୍ଦିରରେ ପୂଜା ପାଇଁ ସଧବା ନାରୀମାନେ ଭିଡ଼ ଲଗାଇଛନ୍ତି । ସେହିପରି କୋରୋନା କଟକଣାକୁ ମାନି କିଛି ମହିଳା ଘରେ ରହି ଏହି ବ୍ରତ ପାଳନ କରୁଥିବା ମଧ୍ୟ ନଜରକୁ ଆସିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ