ETV Bharat / state

ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବେ ମହିଳା: ମିଶନ ଶକ୍ତି ସଚିବ - ଜଙ୍ଗଲ ବିଭାଗର ଦାୟିତ୍ବ ନେବେ ମହିଳା

ମିଶନ ଶକ୍ତିଙ୍କୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଜଙ୍ଗଲ ବିଭାଗର ଦାୟିତ୍ବ ନେବା ସହ ନିଆଁ ଲିଭା କାର୍ଯ୍ୟରେ ମଧ୍ୟ ନିୟୋଜିତ ହେବେ ମିଶନ ଶକ୍ତି ମହିଳା । ଏନେଇ ସୂଚନା ଦେଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ମିଶନ ଶକ୍ତିଙ୍କୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

author img

By

Published : Feb 14, 2023, 10:02 PM IST

ମିଶନ ଶକ୍ତିଙ୍କୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ । ଏନେଇ ଜମି ଚିହ୍ନଟ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ନେଇ ଆହୁରି ମଧ୍ୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର । ଜଙ୍ଗଲ ବିଭାଗର ଦାୟିତ୍ବ ନେବା ସହ ନିଆଁ ଲିଭା କାର୍ଯ୍ୟରେ ମଧ୍ୟ ମିଶନ ଶକ୍ତିର ମହିଳାମାନେ ନିୟୋଜିତ ହେବେ ।

ଏନେଇ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ କହିଛନ୍ତି, "ଆସନ୍ତା ୩ ବର୍ଷ ରାଜ୍ୟର ୫୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛୋଟ ଏବଂ ମଧ୍ୟମ ଶିଳ୍ପରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ଏବଂ ଏହାର ବ୍ୟାପକ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଆଗକୁ 5T ସ୍କୁଲ ଗୁଡ଼ିକର ଦାୟିତ୍ବ ମଧ୍ୟ ମିଶନ ଶକ୍ତି ମହିଳାମାନେ ନେବେ । ସେହିପରି ଜଙ୍ଗଲ ବିଭାଗର ଦାୟିତ୍ବ ନେବା ସହ ନିଆଁ ଲିଭା କାର୍ଯ୍ୟରେ ମଧ୍ୟ ସେମାନେ ନିୟୋଜିତ ହେବେ ।"

ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ମିଶନ ଶକ୍ତି ସଚିବ ସୂଚନା ଦେଇଛନ୍ତି । ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସଏଚଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଗ୍ରୁପ ଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣ ଆଦି ସେବାର ଏକ ନିଆରା ମଡେଲ ସୃଷ୍ଟି କରିଛନ୍ତି ବୋଲି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ।

ଡାକ୍ତରଖାନା, ଖାଦ୍ୟ ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ମତ୍ସ୍ୟଚାଷ, ସହରାଞ୍ଚଳ କାର୍ଯ୍ୟ, ଜଙ୍ଗଲରେ ନର୍ସରୀ ବୃଦ୍ଧି ଆଦି କ୍ଷେତ୍ରରେ ୧୫ଟି ସରକାରୀ ବିଭାଗ ମିଶନ ଶକ୍ତି ମହିଳାଙ୍କ ସହ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ମିଶନ ଶକ୍ତି ବଜାର, ସ୍ବୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ଖୁଚୁରା ଷ୍ଟୋରର ସ୍ବତନ୍ତ୍ର ଶୃଙ୍ଖଳ, ରାଜ୍ୟର ୫୦୦ଟି ସ୍ଥାନରେ ସ୍ଥାପନ କରାଯିବ । ଖୁବଶୀଘ୍ର ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବୁଟିକ ଷ୍ଟୋର ଖୋଲିବ । ଫ୍ଲିପକାର୍ଟରେ ବିକ୍ରୟ ପାଇଁ ୩୦୦ଟି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମାର ୧୨ଟି ଗ୍ରାମପଞ୍ଚାୟତରେ ୩୧୦ ଏକର ଜମିରେ ମହିଳାଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଥିବା ଏହି ୟୁନିଟଗୁଡ଼ିକ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରୁ ପାଣ୍ଠି ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଦୂର ସଂଗ୍ରହ ଓ ବିକ୍ରୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମିଲ୍କ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେମାନେ ମହିଳା ଉଦ୍ୟୋଗୀ ଏବଂ ଇଲେକେଫ୍ରାନିକ ଅଟୋ ଚାଳକଙ୍କୁ ନେଇ ଏକ ନିଆରା ଇ-ଅଟୋ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ଅତିକମରେ ୫୦ ହଜାର କ୍ଷୁଦ୍ର ଉଦ୍ୟୋଗୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି ପ୍ରୟାସ ମହିଳାଙ୍କ ନେତୃତ୍ବାଧୀନ । ମହିଳାମାନେ ବୃହତ ଉଦ୍ୟୋଗର ମାଲିକାନାକୁ ଏହା ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.