ETV Bharat / state

ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ - ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବେଣାଗାଡିଆ ଗ୍ରାମରେ ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ଅଧିକ ପଢନ୍ତୁ

women ends life after husband death
women ends life after husband death
author img

By ETV Bharat Odisha Team

Published : Nov 14, 2023, 1:25 PM IST

women ends life after husband death

ଖୋର୍ଦ୍ଧା: ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ । ଆଉ ଏହି ଘଟଣା ସାତ ଜନ୍ମ ପାଇଁ ସାଥି ହୋଇଥିବା ସ୍ତ୍ରୀଙ୍କୁ ଗଭୀର ଭାବେ ମାନସିକ ଆଘାତ ଦେଇଥିଲା । ସ୍ବାମୀ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଲେ ସ୍ତ୍ରୀ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବେଣାଗାଡିଆ ଗ୍ରାମରେ ।

ସୂଚନା ଅନୁଯାୟୀ, ବେଣାଗାଡିଆ ଗ୍ରାମର ଗୋକୁଳ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଅନିନ୍ଦିତା ସୁବୁଦ୍ଧି ଦୁଇ ଝିଅଙ୍କ ସହ ରାଜସୁନାଖଳାରେ ଘର କରି ହସଖୁସିରେ ଚଳୁଥିଲେ । ରାଜସୁନାଖଳା ବଜାରରେ ତାଙ୍କର ଏକ ଇଲେକ୍ଟ୍ରୋନିକ ଦୋକାନ ଥିଲା । ଦୀପାବଳି ଦିନ ସନ୍ଧ୍ୟାରେ ଗୋକୁଳ ଦୋକାନକୁ ଯିବା ବାଟରେ ଅଜଣା ଗାଡି ଧକ୍କାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗୋକୁଳଙ୍କ ମୃତ୍ୟୁ ପରେ ପରିବାର ଲୋକେ ନିଜ ପୈତୃକ ଗ୍ରାମ ବେଣାଗାଡିଆ ଠାରେ ଶୁଦ୍ଧିକ୍ରିୟା ଆରମ୍ଭ କରିଥିଲେ । ହେଲେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ଅନିନ୍ଦିତା ନିଜ ସାଥୀକୁ ହରାଇ ଭାଙ୍ଗି ପଡିଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ ହାରିଥିବା ପରିବାର ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲରେ ଲେଖା ହୋଇଛି ମୃତ୍ୟୁର କାରଣ

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ହିଟ୍ ଆଣ୍ଡ ରନ୍: ପର୍ଯ୍ୟଟକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ମୃତ

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଭୟ ଦମ୍ପତି ଖୁବ ମେଳାପୀ ଓ ଇଶ୍ବର ବିଶ୍ବାସୀ ଥିବାବେଳେ ଦୁଇ ଜଣଙ୍କ ମୃତ୍ୟୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସେପଟେ ଦୁଇ ଝିଅଙ୍କ ଭବିଷ୍ୟତ ଏବେ କଣ ହେବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ମୃତ ଗୋକୁଳଙ୍କ ସମ୍ପର୍କୀୟ ଏହି ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ନ ମିଳିବା କାରଣରୁ ମୃତ୍ୟୁ ହୋଇଥିବା କହିଥିବା ବେଳେ ଅସହାୟ ପିଲାଙ୍କ ପାଇଁ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ସେପଟେ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ପଠାଇ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.