ETV Bharat / state

ପାର୍କ ନିକଟରେ ପଶ୍ଚିମବଙ୍ଗ ଯୁବକର ମୃତଦେହ, ହତ୍ୟା ସନ୍ଦେହ

ପାର୍କ ନିକଟରୁ ମୃତଦେହ ଜବତ । ସକାଳ ୮ଟା ସମୟରେ ରାଜଧାନୀର ଏୟାରଫିଲଡ ଥାନା ଅନ୍ତର୍ଗତ ମଧୁସୁଦନ ପାର୍କ ନିକଟରୁ ଜବତ ହୋଇଛି ଏହି ମୃତଦେହ । ତେବେ ଏହା ହତ୍ୟା ନା ଆଉ କିଛି ଯାହା ଏଯାଏ ସ୍ପଷ୍ଟ ହୋଇନି।

author img

By

Published : Jun 26, 2019, 5:24 AM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ରାଜଧାନୀର ପାର୍କ ନିକଟରୁ ମୃତଦେହ ଜବତ । ସକାଳ ୮ଟା ସମୟରେ ରାଜଧାନୀର ଏୟାରଫିଲଡ ଥାନା ଅନ୍ତର୍ଗତ ମଧୁସୁଦନ ପାର୍କ ନିକଟରୁ ଜବତ ହୋଇଛି ଏହି ମୃତଦେହ। ମୃତକଙ୍କ ନାଁ ରାଜୁ ରୟ। ଘର ପଶ୍ଚିମବଙ୍ଗର ଜିଆଗଞ୍ଜ ଦୋହାପରା ବୋଲି ଜଣାପଡିଛି। ଗତ ୨୩ ତାରିଖ ସକାଳ ୮ଟା ସମୟରେ ୨୫ ବର୍ଷିୟ ରାଜୁ ରୟଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ।

ତେବେ ମୃତକଙ୍କ ଦେହରେ କ୍ଷତବିଖତ ଚିହ୍ନ ରହିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଏହା ହତ୍ୟା ନା ଆଉ କିଛି ଯାହା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୋଲିସ ମୃତଦେହକୁ ଶବ ସଂରକ୍ଷଣ କେନ୍ଦ୍ରରେ ରଖିଥିବା ବେଳେ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି ।

ବୁଧବାର ପରିବାର ଲୋକେ ପହଞ୍ଚି ବୋଲି ସୂଚନା ରହିଛି। ତେବେ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗର ଯୁବକଙ୍କ ମୃତଦେହ ପାର୍କ ନିକଟରେ କିପରି ଆସିଲା ତାହା ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରାଇଛି। ଖବର ଅନୁଯାୟୀ, ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁସାରେ ଅନେକ ସମୟରେ ପାର୍କ ଭିତରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।ଏପରିକି ପୋଲିସ ପାଟ୍ରୋଲିଂ ସତ୍ତ୍ବେ ମଧ୍ଯ ଆସାମାଜିକ ଯୁବକ ଓ ନିଶାଡିଙ୍କ ଭିଡ ଜମୁଛି। ତେବେ ପାର୍କ ସାମନାରୁ କ୍ଷତବିକ୍ଷତ ମୃତଦେହ ମିଳିବା ଆହୁରି ଚିନ୍ତା ବଢାଇ ଦେଉଛି ।

ଅନ୍ୟପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିନଥିବା ବେଳେ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକଙ୍କ ପହଞ୍ଚିବା ପରେ ପଶ୍ଚିମବଙ୍ଗ ଯୁବକ ମୃତ୍ୟୁ ପଛର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Intro:Body:

smrutirekha

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.