ଭୁବନେଶ୍ବର: ରାଜ୍ୟର ସୁପରିଚିତ ଘରୋଇ ସ୍କୁଲ୍ର ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜୀ(biotechnology center to convert as excellence centre)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ଦୁଇ କୋଟି ଟଙ୍କା ଯୋଗାଇ ଦେବ । ସେଣ୍ଟର ଅଫ୍ ଏକ୍ସଲେନ୍ସ ବା ଉତ୍କର୍ଷ କେନ୍ଦ୍ର ସହ ବର୍ତ୍ତମାନ ଇନ୍କ୍ୟୁବେଶନ ସେଣ୍ଟର ଉପରେ ଗୁରୁତ୍ବ ଦେବେ ରାଜ୍ୟ ସରକାର ।
ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଗବେଷଣା ଓ ବିକାଶ ସୁବିଧା ସାଙ୍ଗକୁ ଭିତ୍ତିଭୂମି ବିକାଶ ଓ କାରିଗରୀ ସମନ୍ନତି ଉପରେ ପ୍ରାଧାନ୍ୟ ଦିଆଯିବ । ଏହାକୁ ନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "ପୂର୍ବରୁ ଭୁବନେଶ୍ବରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ(ILS)କୁ ଷ୍ଟାର୍ଟଅପ୍ ବିକାଶ, ତାଲିମ ଏବଂ ଇନ୍କ୍ୟୁବେଶନ ସେଣ୍ଟର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବାୟୋଟେକ୍ନୋଲୋଜୀ ଗବେଷଣା ଓ ତାର ବ୍ୟାପକ ଉପଯୋଗିତା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି ।"
ଅନ୍ଧାରୁଆରେ ଭାରତ ବାୟୋଟେକ୍କୁ ସରକାର ଜାଗା ଯୋଗାଇ ଦେଇଛନ୍ତି । ଏବେ ସେଠାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି ଏବଂ ଶୀଘ୍ର ସେଠାରେ ଟୀକା ଉତ୍ପାଦନ ହେବାର ସମ୍ଭାବନା ଦେଖା ଦେଇଛି ବୋଲି କହିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଇଟିଭି ନ୍ୟୁଜ୍, ଭୁବନେଶ୍ବର