ETV Bharat / state

Weather Update: 15 ଡିଗ୍ରୀ ତଳେ 5 ସହର, ପହିଲାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା - ଓଡ଼ିଶାରେ ବର୍ଷାର ପ୍ରଭାବ

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ରାଜ୍ୟର ୫ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ କିଛି କିଛି ସ୍ଥାନରେ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ନଭେମ୍ବର ୧ ତାରିଖରୁ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ନଭେମ୍ବର 1ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Oct 29, 2023, 7:21 PM IST

ନଭେମ୍ବର 1ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ବିଶେଷ କରି ପାହାଡି ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ଦେଉଥିବା ଦେଖିବାକୁ ମିଳିଲାଣି । ରାଜ୍ୟର ୫ଟି ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ କିଛି କିଛି ସ୍ଥାନରେ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀ, ଦାରିଙ୍ଗିବାଡ଼ି, କୋରେଇ, ଜି. ଉଦୟଗିରି ଓ କୋରାପୁଟରେ ପାରଦ ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଧିରେ ଧିରେ ଶୀତର ପ୍ରକୋପ ଅନୁଭବ ହେଉଛି ।

ସେହିଭଳି କଳାହାଣ୍ଡି, ଭଦ୍ରକ ଓ କୋରାପୁଟରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ମୁଖ୍ୟତ ଶୁଖିଲା ପାଗ ରହିବ । ଶୀତର ପ୍ରକୋପ ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅନୁଭବ ହେଉଛି । ଅନ୍ୟପଟେ ନଭେମ୍ବର ୧ ତାରିଖରୁ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଗୋଟିଏରୁ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୧ ତାରିଖ ବେଳକୁ ରାଜ୍ୟ ମଧ୍ୟକୁ ଏକ ପୂର୍ବାଳୀ-ତରଙ୍ଗ ପ୍ରବେଶ କରିବ । ଏହା ଫଳରେ ପୂର୍ବଦିଗରୁ ତରଙ୍ଗାୟିତ ଜଳୀୟବାଷ୍ପପୁର୍ଣ୍ଣ ବାୟୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ରୁ ୩ ତାରିଖ ଯାଏ ରାଜ୍ୟର ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନଥିବା ବେଳେ ୧ ତାରିଖ ପରଠୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବେଶକୁ ନେଇ ତାପମାତ୍ରା କେତେକ ସ୍ଥାନରେ ବଢିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ....ଗଭୀର ଅବପାତରେ ପରିଣତ ହେଲା ବାତ୍ୟା 'ହାମୁନ', ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା !

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ଅନୁଭବ ହେଉଛି । ଫୁଲବାଣୀରେ ସର୍ବନିମ୍ନ ୧୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ସବୁଠା ଥଣ୍ଡା ସହର ରହିଛି । ସେହିପରି କୋରାପୁଟ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା 14 ଡିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୧୯ .୭ ଡିଗ୍ରୀ ରେକର୍ଡ ହୋଇଛି । ଚଳିତ ଋତୁରେ ପ୍ରଥମ ଥର ୨୦ ଡ଼ିଗ୍ରୀ ତଳକୁ ଖସିଛି ତାପମାତ୍ରା । ଏହାସହ କଟକରେ ୨୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.