ETV Bharat / state

Weather Update: ରାଜ୍ୟରେ କମିଛି ବର୍ଷା, ଆଗାମୀ ୫ ଦିନ ଯାଏ ନାହିଁ ସତର୍କ ସୂଚନା - odisha weather news

ରାଜ୍ୟରେ କମିଲା ବର୍ଷା । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ନାହିଁ ବଡ ବର୍ଷାର ସମ୍ଭାବନା । ଅଧିକ ପଢନ୍ତୁ

ରାଜ୍ୟରେ କମିଛି ବର୍ଷା
ରାଜ୍ୟରେ କମିଛି ବର୍ଷା
author img

By ETV Bharat Odisha Team

Published : Oct 5, 2023, 6:21 PM IST

ରାଜ୍ୟରେ କମିଛି ବର୍ଷା

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷା । କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟରେ କମିଛି ବର୍ଷାର ପ୍ରଭାବ । ଆହୁରି ଦୁଇଦିନ ଯାଇ ରାଜ୍ୟରେ ସେଭଳି ବଡ ବର୍ଷା ବର୍ଷାର ପ୍ରଭାବ ନଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବା ସହ କାଁ ଭାଁ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ତେଣୁ ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନଥିବା ବିଭାଗ କହିଛି ।

ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ,ଦେବଗଡ, ବାଲେଶ୍ୱର ଓ ଭଦ୍ରକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ଯେପରିକି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବାଲେଶ୍ୱର ଓ ଭଦ୍ରକର କିଛି କିଛି ସ୍ଥାନରେ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

7 ଅକ୍ଟୋବରରେ ବର୍ଷା ଆହୁରି କମ ରହିବ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବାଲେଶ୍ବର, ଭଦ୍ରକର କିଛି କିଛି ସ୍ଥାନରେ ମଧ୍ୟମ ବର୍ଷା ହେବ । ଏହା ସହ ଅନ୍ୟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅକ୍ଟୋବର 8 ଏବଂ 9ରେ କୋଷ୍ଟାଲ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ରାୟଗଡା, କୋରାପୁଟ, ମୟୂରଭଞ୍ଜର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ନଥିବା ବିଭାଗ କହିଛି । ଭୁବନେଶ୍ବର, କଟକରେ 24 ଘଣ୍ଟାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ...Odisha Weather: ଆହୁରି ୨୪ ଘଣ୍ଟା ଛେଚିବ, 5 ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରହିଛି । ଅକ୍ଟୋବର 1ରୁ ଅକ୍ଟୋବର 5 ତରିଖ ପର୍ଯ୍ୟନ୍ତ 5 ଦିନରେ ବର୍ଷା ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ମୋଟ ବର୍ଷା ୬୮.୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୨୭.୨ ମିମି ରହିଛି । ଗତ 24 ଘଣ୍ଟାରେ ଉତ୍ତର ଓଡିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାଜ୍ୟରେ ସର୍ବାଧିକ ୩୨.୮ ମିମି ବର୍ଷା ସୁନ୍ଦରଗଡର ଟେନସାରେ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.